ଆଇଟିବିପିର ଯବାନ ସହିଦ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ୍ ଶଙ୍ଖୁଆ ପଞ୍ଚାୟତ ଜାରିକି ନାଳୀ ଗ୍ରାମର ଜଣେ ଯବାନ ଗୁରୁବାର ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଥିବା ଜଣାପଡ଼ିଛି।ମୃତ ଯବାନ ଜଣକ ନୁନୁ ରାମ ମାଝୀଙ୍କ ପୁଅ ଲକ୍ଷ୍ମଣ ମୁର୍ମୁ(୨୪)।

ସୂଚନା ଅନୁଯାୟୀ ଲକ୍ଷ୍ମଣ ଇଣ୍ଡୋ ତିବେତିଆନ ବଡ଼ର ପୁଲିସ ଫୋର୍ସ (ଆଇଟିବିପି)ରେ ଯବାନ ଭାବରେ କାର୍ଯ୍ୟ କରୁଥିଲେ।କିଛିଦିନ ତଳେ ଶତ୍ରୁର ଗୁଳି ମାଡରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ବେଳେ ଗୁରବାର ତାଙ୍କର ଦେହାନ୍ତ ଘଟିଛି। ସୂଚନା ଅନୁଯାୟୀ ଶନିବାର ରାତ୍ରି ତାଙ୍କ ଶବ ଘରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ବୋଲି ସୂଚନା ମିଳିଛି।