ଆଇଟିବିପି ଯବାନଙ୍କ ଉନ୍ମତ୍ତକାଣ୍ଡ: ୫ ଜଣ ସାଥି ଯବାନଙ୍କୁ ଗୁଳିକରି ଆତ୍ମହତ୍ୟା

ଯବାନଙ୍କୁ ଛୁଟି ମିଳୁନଥିବାରୁ ଘଟୁଛି ଏଭଳି କାଣ୍ଡ!

ରାୟପୁର: ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଇଣ୍ଡୋ-ତିବତ୍ ବର୍ଡର ପୁଲିସ (ଆଇଟିବିପି)ଙ୍କ ମଧ୍ୟରେ ବିବାଦରୁ ଜଣେ ଯବାନ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ସେ ୫ ଜଣ ସାଥୀ ଯବାନଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜ ଉପରକୁ ଗୁଳି ଚଳାଇ ପ୍ରାଣ ହରାଇଛନ୍ତି। ପୁଲିସ ରିପୋର୍ଟ ଅନୁଯାୟୀ ନାରାୟଣପୁର ଜିଲ୍ଲାର କାଦେନାରଠାରେ ଥିବା ଆଇଟିବିପି ଶିବିରରେ ଏହି ଘଟଣା ଘଟିଛି। ଖବର ପାଇ ନାରାୟଣପୁର ଏସପି ମୋହିତ ଗର୍ଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

ଯବାନଙ୍କ ମଧ୍ୟରେ ଏଭଳି ସଂଘର୍ଷର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ଯବାନଙ୍କୁ ଛୁଟି ମିଳୁନଥିବାରୁ ସେମାନେ ଉତକ୍ଷିପ୍ତ ହୋଇ ଅଧିକାଂଶ ସମୟରେ ଏଭଳି କାଣ୍ଡ ଭିଆଉଛନ୍ତି। ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଯବାନମାନେ ପ୍ରାଣ ହରାଇଛନ୍ତି ସେମାନେ ହେଲେ ଆଇଟିବିପିର କନଷ୍ଟେବଳ ମାସୁଲଦୁଲ ରେହମନ, ହେଡ୍ କନଷ୍ଟେବଳ ଏମ୍ ସିଂହ, କନଷ୍ଟେବଳ ସୁଜିତ ସର୍କାର, ହେଡ୍ କନଷ୍ଟେବଳ ଦୁଲଜିତ, କନଷ୍ଟେବଳ ବିଶ୍ୱରୂପ ମାହାତୋ ଓ କନଷ୍ଟେବଳ ବ୍ରିଜେଶ ଏସି।