ତିହିଡ଼ି,ଏନ୍ଏନ୍ଏସ୍ : ବାଇକ୍ ଡିକି ଭାଙ୍ଗି ୭ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଖେରଙ୍ଗ ପଂଚାୟତ ଅଧୀନ ତଳବନ୍ଧ ଗ୍ରାମର । ସରୋଜ ରାଉତ ନାମକ ଜଣେ ଧାନ ବ୍ୟବସାୟୀଙ୍କ ବାଇକ୍ ଡିକି ଭାଙ୍ଗି କେହି ଦୁର୍ବୃତତ୍ତ୭ଲକ୍ଷ ଟଙ୍କା ଲୁଟ୍ କରିନେଇଥିବା ତିହିଡ଼ି ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ସୂଚନା ଅନୁଯାୟୀ, ସରୋଜ ଶୁକ୍ରବାର ମଧ୍ୟାହ୍ନରେ ଭଦ୍ରକ ସ୍ଥିତ ଆହ୍ଲାବାଦ ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ ଡିକିରେ ରଖି ଘରକୁ ଫେରୁଥିଲେ। ଭଦ୍ରକ-ଚାନ୍ଦବାଲି ରାସ୍ତାର ବିନ୍ଧା ବଜାରରେ ବାଇକ ରଖି ନିକଟସ୍ଥ ଜଳଖିଆ ଦୋକାନକୁ ଖାଇବାକୁ ଯାଇଥିଲେ। ଦୋକାନରୁ ଫେରିବା ପରେ ଟଙ୍କା ଲୁଟ୍ ହୋଇଥିବା ସେ ଜାଣିବାକୁ ପାଇଥିଲେ। ପରେ ସେ ତିହିଡ଼ି ଥାନାର ଦ୍ୱାରସ୍ଥ ହୋଇ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ତେବେ ପୋଲିସ ଲୁଟେରାଙ୍କ ସନ୍ଧାନ ପାଇପାରିନଥିବା ଜଣାଯାଇଛି। ଏହି ଘଟଣାରେ ଇନିସ୍ପେକ୍ଟର ତପନ କୁମାର ପ୍ରଧାନ ତଦନ୍ତ କରୁଥିବା ଜଣାଯାଇଛି।