ଗୃହରେ ତେଜିଲା ହାଜତ ମୃତ୍ୟୁ ପ୍ରସଙ୍ଗ

ଭୁବନେଶ୍ୱର,ଏନ୍ଏନ୍ଏସ୍:ଶୀତକାଳୀନ ଅଧିବେସନର ଦ୍ୱିତୀୟ ଦିନରେ ଆଜି ଗୃହରେ ହାଜତ ମୃତ୍ୟୁ ପ୍ରସଙ୍ଗ ଉଠିଛି। ଏହି ମାମଲାରେ ପୁରୀ ଏସପିଙ୍କୁ ଦଣ୍ଡିତ କରିବା ପାଇଁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଦାବି କରିଛନ୍ତି। ଗୃହର ସବୁ କାର୍ଯ୍ୟକୁ ବାତିଲ କରି ମୋସନ୍ ଆକାରରେ ଏହି ପ୍ରସଙ୍ଗ ଆଲୋଚନା କରିବା ପାଇଁ ମଧ୍ୟ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ମଧ୍ୟ ଦାବି କରିଛନ୍ତି ବିରୋଧୀ ଦଳ ନେତା। ଏତଦବ୍ୟତୀତ ପାଟଣାଗଡ଼ରେ ୬ଜଣଙ୍କୁ ହତ୍ୟା ଓ କଳାହାଣ୍ଡିରେ ଘର ପାଇଁ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ସରପଞ୍ଚ ବାଧ୍ୟ କରିବା ଘଟଣା ମଧ୍ୟ ଗୃହରେ ଉଠିଛି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ମାମଲାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଓଡ଼ିଶାରେ ଆଇନ ଶୃଙ୍ଖଳା ନାହିଁ, ଜଙ୍ଗଲରାଜ ଚାଲିଛି । ମାନବିକ ଅଧିକାର ଉଲଂଙ୍ଘନ ହେଉଛି। ଓଡ଼ିଶାରେ ପୂର୍ବରୁ ଏପରି ସ୍ଥିତି ଦେଖା ଦେଇନଥିଲା ବୋଲି ନରସିଂହ ମିଶ୍ର କହିଛନ୍ତି।