ସୀମାରେ ନଜର ରଖିବା ପାଇଁ ମହାକାଶକୁ ୩ଟି ସାଟେଲାଇଟ ଛଡ଼ାଯିବ: ଇସ୍ରୋ ଦେଶ- ବିଦେଶ By Nitidin On Nov 19, 2019 Share ବେଙ୍ଗାଲୁରୁ,ଏଜେନ୍ସି: ଭାରତର ସୀମା ଉପରେ ନଜର ରଖିବା ପାଇଁ ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ ପକ୍ଷରୁ ୩ଟି ସର୍ଭେଲାନ୍ସ ସାଟେଲାଇଟ୍ ମହାକାଶକୁ ଉତ୍କ୍ଷେପଣ କରାଯିବ। ଏହି ପରିପ୍ରେକ୍ଷୀରେ ଗୋଟିଏ ସାଟେଲାଇଟ ପିଏସଏଲଭି ସି-୪୭ ରକେଟରେ ଆସନ୍ତା ୨୫ ତାରିଖରେ ଶ୍ରୀହରିକୋଟା ଠାରୁ ସକାଳ ୯ଟା ୨୮ରେ ଉତକ୍ଷେପଣ କରାଯିବ। ଅବଶିଷ୍ଟ ୨ଟି ଡିସେମ୍ବର ୨ରେ ମହାକାଶକୁ ପଠାଯିବ। ଏହା ଛଡା ୨୪ରୁ ଅଧିକ ବିଦେଶୀ ନାନୋ ଏବଂ ମାଇକ୍ରୋ ସାଟେଲାଇଟ୍ ମହାକାଶକୁ ଛଡ଼ାଯିବ। ତେବେ ଆସନ୍ତା ୨୫ତାରିଖରେ ଏହି ରକେଟରେ କାର୍ଟୋସାଟ୍-୩ ସମେତ ଆମେରିକାର ୧୩ଟି କମର୍ସିଆଲ ନାନୋ ସାଟେଲାଇଟ୍ ମହାକାଶକୁ ପଠଯିବ। କାର୍ଟୋସାଟ୍-୩କୁ ୫୦୯ କିଲୋମିଟର ଅର୍ବିଟରେ ସ୍ଥାପନା କରାଯିବ। ଅନ୍ୟ ୨ଟି ସର୍ଭେଲାନ୍ସ ସାଟେଲାଇଟ ରିସାଟ-୨ବିଆର୧ ଏବଂ ରିସାଟ-୨ବିଆର୨କୁ ପିଏସଏଲଭି ୪୮ ଏବଂ ସି-୪୯ ରକେଟ୍ ଜରିଆରେ ଉତ୍କ୍ଷେପଣ କରାଯିବ। Share