ଘରୋଇ କମ୍ପାନୀ ଲାଗି ଇସ୍ରୋ ଖୋଲିଲା ସେଟଲାଇଟ ସେଣ୍ଟର

ନୂଆଦିଲ୍ଲୀ: ଇସ୍ରୋ ନିଜ ୫୦ ବର୍ଷ ଇତିହାସରେ ପ୍ରଥମଥର ପାଇଁ ସେଟଲାଇଟ ସେଣ୍ଟରକୁ ଘରୋଇ କମ୍ପାନୀ ଲାଗି ଖୋଲି ଦେଇଛି। ଏମିତି ପ୍ରଥମଥର ହେବ ଯେତେବେଳେ ଘରୋଇ କମ୍ପାନୀ କିମ୍ବା କଲେଜ ଲୋକ ୟୁଆର ରାଓ ସେଟେଲାଇଟ ସେଣ୍ଟର (ୟୁଆରଏସସି)ରେ ନିଜ ସେଟଲାଇଟର ପରୀକ୍ଷା କରିପାରିବେ। ୟୁଆରଏସସି ସେଣ୍ଟର ବାଙ୍ଗାଲୁରୁରେ ରହିଛି।

ସୂଚନାଯୋଗ୍ୟ, ଇସ୍ରୋ କେବଳ ୨ଟି ସେଟଲାଇଟ ପାଇଁ ଅନୁମତି ପ୍ରଦାନ କରିଛି। କିନ୍ତୁ ଆଗାମୀ ଦିନରେ ଏହି ସଂଖ୍ୟା ବଢ଼ିପାରେ। ଏହି ବିଷୟ ଉପରେ କହିବାକୁ ଯାଇ ଇସ୍ରୋ ଚେୟାରମ୍ୟାନ୍ ଡା.କେ. ସିବନ କହିଛନ୍ତି ଯେ, ‘ଆମେ ଚାହୁଁଛୁ କି ଆମ ସୁବିଧା ଅଧିକରୁ ଅଧିକ କମ୍ପାନୀ ପାଆନ୍ତୁ। ଏଥିପାଇଁ ଉପଯୁକ୍ତ ପଦକ୍ଷେପ ଉଠାଇବାକୁ ନିଷ୍ପତ୍ତି ନେଇଛୁ। କମ୍ପାନୀଗୁଡ଼ିକ ଟେକ୍ନୋଲୋଜିକାଲ ଇନୋଭେସନ ସହ ଆସନ୍ତୁ ଯଦ୍ୱାରା ଆମକୁ ମଧ୍ୟ ଏହାର ଲାଭ ମିଳିବ। ଏହାଦ୍ୱାରା ଦେଶକୁ ଲାଭ ମିଳିବା ସହ ବୈଶ୍ୱିକସ୍ତରରେ ମଧ୍ୟ ପରିଚୟ ମିଳିବ।’