ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚଳିତ ବର୍ଷ ନିଜର ପ୍ରଥମ ମହାକାଶ ମିଶନ ଆରମ୍ଭ କରିଛି। ଆଜି ଭୋର ସକାଳ ୫ଟା ୫୯ ମିନିଟରେ ସତୀଶ ଧୱନ ମହାକାଶ କେନ୍ଦ୍ର ଠାରୁ PSLV-C 52 ସାଟଲାଇଟ୍ ଉତ୍କ୍ଷେପଣ କରିଛି।
ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ଇସ୍ରୋ ସୋମବାର ମିଶନ ବଳରେ ୩ଟି ସେଟଲାଇଟ୍ ଉତ୍କ୍ଷେପଣ କରିଛି। ଏଥିରୁ ଗୋଟିଏ ହେଲା EOS-04। ଏହି ସାଟଲାଇଟ୍ କୃଷି, ବୃକ୍ଷ ରୋପଣ, ଜଳ ବିଜ୍ଞାନ ଓ ପାଣିପାଗର ସ୍ଥିତି ସଂପର୍କରେ ଫଟୋ ପଠାଇବା ପାଇଁ ଡିଜାଇନ କରାଯାଇଛି।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଅନୁସାରେ ଏହି ସାଟଲାଇଟ୍ର ଉତ୍କ୍ଷେପଣ ଦ୍ୱାରା ଇସ୍ରୋର ଯୋଜନାକୁ ଅଧିକ ବଳ ମିଳିବ। ଏଥି ସହିତ ମହାକାଶ ସଂସ୍ଥାର ଲକ୍ଷ ଚନ୍ଦ୍ରଯାନ-୩ ଓ ଗଗନଯାନ ସହିତ ୧୯ଟି ସାଟଲାଇଟ୍ ଲଞ୍ଚ କରିବ।