ଆସନ୍ତା ୨୧ରେ ଭୁବନେଶ୍ୱର ଆସିବେ ଇସ୍ରୋର ଚେୟାରମ୍ୟାନ୍‌

ଭୁବନେଶ୍ୱର,ଏନ୍ଏନ୍ଏସ୍: ଇସ୍ରୋର ଚେୟାରମ୍ୟାନ୍‌ କେସିଭନ ଆସନ୍ତା ୨୧ତାରିଖରେ ଭୁବଶ୍ୱେରସ୍ଥିତ ଆଇଆଇଟିର ୮ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ବୋଲି ଆଇଆଇଟି ଭୁବନେଶ୍ୱର ପକ୍ଷରୁ ସୂଚନା ମିଳିଛି। ଏହି ସଭାରେ କେ ସିଭନ ଚନ୍ଦ୍ରୟାନ-୨ ସମ୍ପର୍କରେ କହିବା ସହ ଭାରତର ଆଗାମୀ ସ୍ପେସ୍‌ପ୍ରୋଗ୍ରାମ ବିଷୟରେ ସୂଚନା ଦେବେ। ଏହି ଅବସରରେ ଭାରତର ରାଷ୍ଟ୍ରପତି ସୁନା ପଦକ, ନିର୍ଦ୍ଦେଶକ ସୁନା ପଦକ ଓ ସଂସ୍ଥାର ରୌପ୍ୟ ପଦକରେ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଆଇଆଇଟି ସୂଚନା ଦେଇଛି।