ଈଶାଙ୍କ ବୋଲ୍ଡ ଫଟୋ ସୋସିଆଲ ମିଡିଆରେ ଭାଇରାଲ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ସବୁବେଳେ କୌଣସି ନା କୌଣସି କାରଣକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଥିବା ବଲିଉଡ ଆକ୍ଟ୍ରେସଙ୍କ ମଧ୍ୟରୁ ଈଶା ଗୁପ୍ତା ଅନ୍ୟତମ। ନିକଟରେ ଈଶା ତାଙ୍କର ଏକ ବୋଲ୍ଡ ଫଟୋ ସୋସିଆଲ ମିଡିଆରେ ସେୟାର କରି ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ ଈଶା ଅଚାନକ ଇନଷ୍ଟାଗ୍ରାମ ଏକାଉଣ୍ଟରୁ ସମସ୍ତ ଫଟୋ ଡିଲିଟ୍ କରି ଏକ ବୋଲ୍ଡ ଫଟୋ ସେୟାର କରିଛନ୍ତି। ଏ ଫଟୋରେ ସେ ନୀଳ ରଙ୍ଗର ଡେନିମ ଜ୍ୟାକେଟ ପିନ୍ଧିଛନ୍ତି, ଯାହାର ଚେନ ଖୋଲା ରହିଛି। ଏହି ଜ୍ୟାକେଟ ସହିତ ଈଶା କଳା ରଙ୍ଗର ସର୍ଟସ୍ ପିନ୍ଧିଥିବା ଦେଖିବାକୁ ମିଳିଛି। ଈଶାଙ୍କ ଏହି ବୋଲ୍ଡ ଫଟୋଟିକୁ ଏହାରି ମଧ୍ୟରେ ୨ଲକ୍ଷରୁ ଅଧିକ ଥର ଦେଖିସାରିଲେଣି ସୋସିଆଲ ମିଡିଆ ବ୍ୟବହାରକାରୀ। ଫଟୋକୁ ନେଇ କମେଣ୍ଟ କରିବା ସହିତ ଈଶା ତାଙ୍କର ଇନ୍ଷ୍ଟାଗ୍ରାମ ଏକାଉଣ୍ଟରୁ ସମସ୍ତ ଫଟୋ କାହିଁକି ଡିଲିଟ୍ କରିଦେଲେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଶଂସକ। ଜବାବରେ ଈଶା କହିଛନ୍ତି, ‘ବ୍ୟସ୍ତ ହେବାର କିଛି ନାହିଁ। ଗତ ତିନି ଦିନ ତଳୁ ମୋ ଏକାଉଣ୍ଟ ହ୍ୟାକ୍ ହେଉଛି। ସେଥିପାଇଁ ଏଭଳି କରିଛି। ବର୍ତ୍ତମାନ ସବୁ ପୋଷ୍ଟ ପୁଣି ଥରେ ଫେରାଇ ଆଣିବାକୁ ଚେଷ୍ଟା କରୁଛି। ଖୁବ୍ ଶୀଘ୍ର ଏଗୁଡ଼ିକ ଫେରିଆସିବ। ମୋ କଥା ଭାବୁଥିବା ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ। ଘରେ ରହନ୍ତୁ, ସୁସ୍ଥ ରହନ୍ତୁ।’