ଆବାସ ଯୋଜନାରେ ଅବହେଳା, ପ୍ରତିବାଦରେ କୋଶଳ ଯୁବ ସମନ୍ୱୟ ସମିତିର ପଦଯାତ୍ରା

ସଇଁନ୍ତଳା,ଏନ୍ଏନ୍ଏସ୍: ସରକାର ଆବାସ ଯୋଜନାରେ କୋଶଲାଞ୍ଚଳକୁ ଅବହେଳା କରାଯାଉଛି। ଫଳରେ ଅନେକ ହିତାଧିକାରୀଙ୍କ ମାନେ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଏହାକୁ ପ୍ରତିବାଦ କରି ଗତକାଲି ଠାରୁ ଭବାନୀପାଟଣାରୁ ବରଗଡ଼ ଜିଲ୍ଲା ପର୍ଯ୍ୟନ୍ତ କୋଶଳ ଯୁବ ସମନ୍ୱୟ ସମିତି ପକ୍ଷରୁ ପଦଯାତ୍ରା ଆରମ୍ଭ ହୋଇଛି। ଆଜି ଏହି ପଦଯାତ୍ରା ସଇଁନ୍ତଳାରେ ପହଞ୍ଚିଛନ୍ତି।

କୋଶଳ ରାଜ୍ୟ ସମ୍ପାଦକ ସିପୁନ ଖମାରିଙ୍କ ନେତୃତ୍ୱରେ କୋଶଳ ସମନ୍ୱୟ ସମିତି ଜିଲ୍ଲା ଯୁବ ସଭାପତି ବନମାଳୀ ନାଏକ, ରଞ୍ଜନ ଖୁଆସ ସମେତ ଶତାଧିକ ଲୋକେ ସାମିଲ ହୋଇଛନ୍ତି। ଯୁବ ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି ଯେ ବାତ୍ୟା ପରବର୍ତ୍ତୀ ସମୟରେ ସମଗ୍ର ରାଜ୍ୟ ପାଇଁ ପ୍ରାୟ ୮ ଲକ୍ଷ ୧୭ ହଜାର ୪୪୪ଟି ପ୍ରଧାନ ମନ୍ତ୍ରୀ ଆବାସ ଘୋଷଣା କରାଯାଇଥିଲା। ଏଥିରେ କୋଶଳାଞ୍ଚଳର କଳାହାଣ୍ଡି, ବଲାଙ୍ଗିର, ବୌଦ୍ଧ, ବରଗଡ଼, କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ଼କୁ ଅଣଦେଖା କରାଯାଇଛି।

ତେବେ ଆବାସ ଯୋଜନାରେ କୋଶଳାଞ୍ଚଳକୁ ଅଣଦେଖା ଓ କୋଶଳାଞ୍ଚଲକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ନେଇ ଏକ ୬ ଦିନିଆ ପଦଯାତ୍ରା କରାଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଇଷ୍ଟଦେବୀ ମା ମାଣିକେଶ୍ୱରୀ ମନ୍ଦିରୁ ଗତକାଲିଠାରୁ ବରଗଡ଼ ଯାଏ ପଦଯାତ୍ର କରାଯାଉଛି। ସଇଁତଳା ଜାତୀୟ ରାଜପଥ ୨୬ରେ ସଇଁତଳାର ବିଭିନ୍ନ ସଂଗଠନ ପକ୍ଷରୁ କୋଶଳ ପଦଯାତ୍ରାକୁ ସମର୍ଥନ ମିଳିଥିବା ବେଳେ ଗରୀବ ନିରୀହଙ୍କ ପାଇଁ ଏହି ପଦଯାତ୍ରା କରାଯାଉଥିବା ନେଇ ଲୋକଙ୍କ ସମର୍ଥନ ରହିଛି।