ଇରାକରେ ତୀବ୍ରତର ହେଉଛି ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ, ୬ ବିକ୍ଷୋଭକାରୀଙ୍କ ମୃତ୍ୟୁ

ଇରାକରେ ସରକାରୀ ବିରୋଧୀ ପ୍ରଦର୍ଶନ ତୀବ୍ରତର ହେବାରେ ଲାଗିଛି। ତେବେ ଏହି ପରିପ୍ରେକ୍ଷୀରେ ୩୦୦ରୁ ଊଦ୍ଧ୍ୱର୍ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଇରାକି ସୁରକ୍ଷା ବଳର ଗୁଳିମାଡରେ ଶନିବାର ଦିନ ୬ଜଣ ବିକ୍ଷୋଭକାରୀଙ୍କ  ମୃତ୍ୟୁ ହୋଇଥିଲା। ଇରାକର ବିଭିନ୍ନ ଅଞ୍ଚଳରେ ବିକ୍ଷୋଭକାରୀଙ୍କ ପ୍ରଦର୍ଶନ ଜାରି ରହିଥିବା ଯୋଗୁଁ ସୁରକ୍ଷାକର୍ମୀ ଗୁଳିମାଡ କରୁଛନ୍ତି। ଏଥିରେ ୧୨୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି।

ରାଜଧାନୀ ବାଗଦାଦ ସହ ଦେଶର ବିଭିନ୍ନ ପ୍ରାନ୍ତରେ ବେରୋଜଗାରୀ, ସରକାରୀ ଦୁର୍ନୀତି, ବିଜୁଳି ଓ ସ୍ୱଚ୍ଛ ପାଣି ପାଇଁ ଏଭଳି ବିରୋଧ ଜାରି ରହିଛି।


୨୦୦୩ ମସିହାରେ ମଧ୍ୟ ପୂର୍ବତନ ଇରାକି ରାଷ୍ଟ୍ରପତି ସଦ୍ଦାମ ହୁସେନଙ୍କ ସରକାର ପତନ ପରେ ମଧ୍ୟ ଏଭଳି ଗଣ ବିକ୍ଷୋଭ ସଂଗଠିତ ହୋଇଥିଲା । ତେବେ ବର୍ତ୍ତମାନ ଚାଲିଥିବା ବିକ୍ଷୋଭ ଆନ୍ଦୋଳନକୁ ସବୁଠାରୁ ବଡ ଆନ୍ଦୋଳନ ବୋଲି କୁହାଯାଉଛି। ଇରାକି ସୁରକ୍ଷା ବଳଙ୍କ କାର୍ୟ୍ୟାନୁଷ୍ଠାନ ପରେ ପ୍ରଦର୍ଶନକାରୀ ଇରାକରେ ତୁରନ୍ତ ନିର୍ବାଚନ ସହ ସରକାରଙ୍କ ଇସ୍ତଫା ଦାବି କରୁଛନ୍ତି।