୪ ବର୍ଷ ହେଲା ଡିପ୍ରେସନରେ ଅଛନ୍ତି ଅମିର ଖାନଙ୍କ ଝିଅ, ଭିଡିଓ ସେୟାର କରି କହିଲେ ମନ କଥା

ମୁମ୍ବାଇ, ଏଜେନ୍ସି: ବଲିଉଡ ଅଭିନେତା ଅମିର ଖାନଙ୍କ ଝିଅ ଇରା ଖାନ ସୋସିଆଲ ମିଡିଆରେ ଏକ ଭିଡିଏ ସେୟାର କରିଛନ୍ତି। ଏହି ଭଡିଓ ସାମ୍ନାକୁ ଆସିଲା ପରେ ସମସ୍ତେ ତାଜୁବ ହୋଇଯାଇଛନ୍ତି। ସେ ଏହି ଭଡିଓରେ କହିଛନ୍ତି ସେ ଦୀର୍ଘ ୪ବର୍ଷ ହେଲା ଡିପ୍ରେସନରେ ଅଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି। ମେଣ୍ଟାଲ ହେଲ୍ଥ ଡେ ଅବସରରେ ସେ ତାଙ୍କ ଜୀବନର ଦୁଃଖକୁ ଦୁନିଆ ଆଗରେ ସେୟାର କରିଛନ୍ତି।

ସେ କହିଛନ୍ତି ମୁଁ ବର୍ତ୍ତମାନ ଡିପ୍ରେସନରେ ଅଛି। ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଉଛି। ଡାକ୍ତରଙ୍କ ପରାମର୍ଶ ପରେ ଭଲରେ ଅଛି। ବହୁ ଦିନରୁ ମେଣ୍ଟାଲ ହେଲ୍ଥ ଉପରେ କିଛି କରିବାକୁ ଚାହୁଁଥିଲି। କିନ୍ତୁ କିଛି ବୁଝାପଡୁନି କଣ କରିବି।  ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଶେଷରେ ସେ କହିଛନ୍ତି ମୋ ପାଖରେ ସବୁକିଛି ଅଛି, ହେଲେ କାହିଁକି ଡିପ୍ରେସନରେ ଅଛି ତାହା ଜାଣିପାରୁନି।