ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ପୁଣି ଥରେ ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ ହୋଇଛି। ଏନେଇ ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ରେଖା ଲୋହାନୀଙ୍କୁ ଟୁଇନ ସିଟିର ଅତିରିକ୍ତ କମିସନର ଭାବେ ନିଯୁକ୍ତି ଦିଆଯାଇଛି। ସେହିଭଳି ରିତୁ ଅରୋରାଙ୍କୁ ଗୃହ ବିଭାଗର ଓଏସଡ଼ି, ରାଜେଶ କୁମାରଙ୍କୁ ଆଇଜି ଏଫଏସଏଲ, ଅନୁପମ ଜେମ୍ସଙ୍କୁ ଭିଜିଲାନ୍ସ ଏସପି, ଅରୁଣ କୁମାର ରାଏଙ୍କୁ ଏଡିଜି କମ୍ୟୁନିକେସନ, ଲଳିତ ଦାସଙ୍କୁ ଏଡିଜି ହେର୍ଡକ୍ୱାର୍ଟର, ଯଶୋବନ୍ତ ଜେଠୱାଙ୍କୁ ଏଡିଜି ଆଇନଶୃଙ୍ଖଳା, ବିନୟତୋଷ ମିଶ୍ରଙ୍କୁ ଏସସିଆରବି ନିର୍ଦ୍ଦେଶକ, ସଞ୍ଜୟ କୁମାର ସିଂହଙ୍କୁ ଆଇଜି ଅଧୁନିକୀକରଣର ଦାୟିତ୍ୱ ଦିଆଯାଇଛି।