ଆଇପିଏଲ ଉପରେ କରୋନା ମାଡ଼ : ଘୁଞ୍ଚିଲା ସବୁ ମ୍ୟାଚ୍

ନୂଆଦିଲ୍ଲୀ: କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଆଇପିଏଲ୍ ପ୍ରଶାସନ ଚଳିତ ସିଜିନର ସମସ୍ତ ମ୍ୟାଚକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦେଇଛନ୍ତି। ୪ଟି ଭିନ୍ନ ଭିନ୍ନ ଟିମରୁ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିବାରୁ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଓ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛନ୍ତିି। ଏନେଇ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ସୂଚନା ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀ କ୍ୟାପିଟାଲ୍ସର ଅମିତ ମିଶ୍ରା ଓ ସନରାଇଜର୍ସ ହାଇଦ୍ରାବାଦର ରିଦ୍ଧିମନ ଶାହ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂର୍ବରୁ କୋଲାକାତାର ୨ ଖେଳାଳି ଓ ଚେନ୍ନାଇ ସୁପରକିଙ୍ଗସର ବୋଲିଂ କୋଚ ଲକ୍ଷ୍ମୀପତି ବାଲାଜୀ କରୋନାରେ ସଂକ୍ରମିତ ହୋଇଥିଲେ। ଚଳିତ ସିଜିନର ଆଉ ୩୧ଟି ମ୍ୟାଚ ବାକି ଥିଲା।