ଆଜି ଆଇପିଏଲ-୨୦୨୧ର ଷଷ୍ଠ ମ୍ୟାଚ୍: ହାଇଦ୍ରାବାଦ ବନାମ ବାଙ୍ଗଲୋର

ଚେନ୍ନାଇ,ଏଜେନ୍ସି: ଆଇପିଏଲର ୧୪ ତମ ସଂସ୍କରଣର ଷଷ୍ଠ ମ୍ୟାଚ୍ ଆଜି ଚେନ୍ନାଇର ଏମ ଏ ଚିଦାମ୍ବରମ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ। ଏଥିରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର। ବାଙ୍ଗଲୋର ଏହି ସିଜିନର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିବା ବେଳେ ହାଇଦ୍ରାବାଦ ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଠାରୁ ପରାସ୍ତ ହୋଇଥିଲା।

ତେବେ ବିରାଟ କୋହଲି ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଏହି ମ୍ୟାଚକୁ ଜିତି ପଏଣ୍ଟ ଟେବୁଲରେ ଆଗରେ ରହିବାକୁ ଚେଷ୍ଟା କରିବ। ଅନ୍ୟପଟେ ଡେଭିଡ ୱାର୍ଣ୍ଣରଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦ ଏହି ମ୍ୟାଚ ଜିତି ପ୍ରଥମ ବିଜୟ ହାସଲ କରିବାକୁ ଲକ୍ଷ ରଖିଛି।

ବାଙ୍ଗଲୋରର ସମ୍ଭାବ୍ୟ ଏକାଦଶ:
ବିରାଟ କୋହଲି (ଅଧିନାୟକ), ୱାସିଂଟନ୍ ସୁନ୍ଦର, ରଜତ ପାଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ, ଏବି ଡି ଭିଲିୟର୍ସ, ପବନ ଦେଶପାଣ୍ଡେ, କେଲି ଜେମିସନ୍, ହର୍ସଲ ପଟେଲ, ମହମ୍ମଦ ସିରାଜ, ଆଡମ ଜାମ୍ପା ଓ ୟୁଜବେନ୍ଦ୍ର ଚହଲ।

ହାଇଦ୍ରାବାଦର ସମ୍ଭାବ୍ୟ ଏକାଦଶ:
ଡେିଭଡ ୱାର୍ଣ୍ଣର (ଅଧିନାୟକ), ରିଧିମାନ ଶାହା, ମନିଷ ପାଣ୍ଡେ, ଜନି ବେୟରିଷ୍ଟୋ, ମହୋମ୍ମଦ ନବି, ବିଜୟ ଶଙ୍କର, ଅବଦୁଲ ସମ୍ମଦ, ରାସିଦ ଖାନ, ଭୁବନେଶ୍ୱର କୁମାର, ସନ୍ଦିପ ଶର୍ମା ଓ ଟି ନଟରାଜନ।