କାଲିଠୁ ଆଇପିଏଲ୍-୨୦୨୧ ଆରମ୍ଭ: ଏମ୍ଆଇ ବନାମ ଆରସିବି

ମୁମ୍ବାଇ,ଏଜେନ୍ସି: ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଜୋରରେ ବଢୁଥିବାରୁ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଇପିଏଲ୍ ମହାସମର ବିନା ଦର୍ଶକରେ ଅନୁଷ୍ଠିତ ହେବ। କିନ୍ତୁ ଏହି ମ୍ୟଚଟି ଭାରତରେ ଖେଳାଯିବ। ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ସହାସମର ଆଇପିଏଲ୍-୨୦୨୧।

ଉଦ୍ଘାଟନୀ ମ୍ୟାଚ୍‌ରେ ଗତବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ(ଏମ୍ଆଇ) କୁୁ ବିରାଟଙ୍କ ନେତୃତାଧିନ ରୟାଲ୍ ଚ୍ୟାଲେଞ୍ଜର ବାଙ୍ଗଲୋର(ଆରସିବି) ସାମ୍ନା କରିବ। ସନ୍ଧ୍ୟା ସାଢେ ୭ଟାରେ ଏହି ଉଦ୍ଘଟନି ମ୍ୟାଚଟି ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ। ଏ ବର୍ଷ ଭାରତର ୬ଟି ଷ୍ଟାଡିୟମରେ ମ୍ୟାଚ୍ ଗୁଡିକ ଆୟୋଜନ ନେଇ ପ୍ରସ୍ତୁତି କରିଛି ବିସିସିଆଇ।