ଅଲମ୍ପିକ ପଦକ ବିଜେତାଙ୍କୁ ଆଜୀବନ ମାଗଣା ଟିକେଟ ଯୋଗାଇବ ଆୟନକ୍ସ

  • ନୂଆଦିଲ୍ଲୀ: ଅଲିମ୍ପିଆନମାନଙ୍କୁ ଉତ୍ସାହିତ କରିବାକୁ ବିଭିନ୍ନ କମ୍ପାନୀମାନେ ଆଗେଇ ଆସୁଛନ୍ତି। ବର୍ତ୍ତମାନ ଆଇନକ୍ସ ସିନେମା ମଧ୍ୟ ଭାରତୀୟ ଦଳ ପାଇଁ ଏକ ବଡ଼ ଘୋଷଣା କରିଛି। ସମସ୍ତ ପଦକ ବିଜେତାଙ୍କୁ ଆଇନକ୍ସ ଆଜୀବନ ମାଗଣା ଚଳଚ୍ଚିତ୍ର ଟିକେଟ୍ ଯୋଗାଇବ। ଏହାସହିତ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ସମସ୍ତ କ୍ରୀଡ଼ାବିତ ଆଇନକ୍ସରେ ଏକ ବର୍ଷ ପାଇଁ ମାଗଣା ଚଳଚ୍ଚିତ୍ର ଦେଖିପାରିବେ। ଏନେଇ ଆଇନକ୍ସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
    ସୂଚନା ଅନୁଯାୟୀ, ନିକଟରେ ମୀରବାଈ ଚାନୁ ଟୋକିଓ ଅଲିମ୍ପିକ୍ସରରେ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତିଛନ୍ତି। ଭାରୋତ୍ତୋଳନକାରୀ ମୀରାବାଈ ଚାନୁଙ୍କ ପାଇଁ ଡୋମିନୋସ୍ ଆଜୀବନ ମାଗଣା ପିଜା ଘୋଷଣା କରିଥିଲା। ମୀରାମାଈ ଚାନୁ ଘରେ ପହଞ୍ଚିବା ମାତ୍ରେ ଡୋମିନୋସ୍ ପକ୍ଷରୁ ତାଙ୍କୁ ପାଖରେ ପିଜା ପହଞ୍ଚି ଯାଇଥିଲା।