ଆଇଓସିଏଲ୍ ଲାଭରେ ୮୩% ହ୍ରାସ

ନୂଆଦିଲ୍ଲୀ,ଏଜେନ୍ସି: ଦେଶର ସର୍ବବୃହତ୍ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକ ରିପୋର୍ଟ ଜାରି କରାଯାଇଛି। ଜୁଲାଇରୁ ସେପ୍ଟେମ୍ବର ମାସର ଏହି ଅବଧିରେ କମ୍ପାନୀର ଲାଭରେ ୮୨.୭% ହ୍ରାସ ପରିଲକ୍ଷିତ ହୋଇଛି। ୨୦୧୮-୧୯ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ କମ୍ପାନୀକୁ ୩,୨୪୬.୯୩ କୋଟି ଟଙ୍କାର ଏକୀକୃତ ଲାଭ ହୋଇଥିବାବେଳେ ଚଳିତବର୍ଷ ଏହି ଅବଧିରେ କମ୍ପାନୀର ଲାଭ ୫୬୩.୪୨ କୋଟି ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ସମୀକ୍ଷାଧିନ ଅବଧିରେ ଏହି ରାଷ୍ଟ୍ରାୟତ୍ତ କମ୍ପାନୀର ଲାଭ ତ୍ରୟମାସିକ ଆଧାରରେ ୮୪.୩୩% ହ୍ରାସ ପାଇଛି। ଗତ ତ୍ରୟମାସ (ଏପ୍ରିଲ-ଜୁନ୍)ରେ କମ୍ପାନୀର ଲାଭ ୩,୫୯୬.୧୧ କୋଟି ଟଙ୍କା ଥିଲା। ଅପରପକ୍ଷେ ଇନଭେନଟୋରି ବାବଦକୁ ଗତବର୍ଷ ଏହି ଅବଧିରେ କମ୍ପାନୀ ୨,୮୯୫ କୋଟି ଟଙ୍କା ଲାଭ ଅର୍ଜନ କରିଥିବାବେଳେ ଚଳିତବର୍ଷ ଏହି ଅବଧିରେ କମ୍ପାନୀକୁ ୧,୮୦୭ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି।