ସିସିଟିଭିରେ ଅଦୃଶ୍ୟ ଟ୍ରେନ

ଅନେକ ଲୋକଙ୍କ ମଧ୍ୟରେ ଯଦି ଦୁନିଆରେ ଭଗବାନ ଅଛନ୍ତି ତେବେ ଭୂତପ୍ରେତ ମଧ୍ୟ ଅଛନ୍ତି। ତେବେ ଏଇକଥା କେତେ ସତ୍ୟତା ରହିଛି ତାହା କହିବା କଷ୍ଟକର। ନିକଟରେ ଏକ ଭିଡିଓ ଚର୍ଚ୍ଚାର ବିଷୟ ହୋଇଛି, ଯାହାକୁ ଦେଖି ଲୋକ ଭୂତ ଥିବାର ବିଶ୍ୱାସ କରୁଛନ୍ତି। ଚୀନର ଏକ ଭିଡିଓକୁ ସୋସିଆଲ ମିଡିଆରେ ଅନେକ ଲୋକ ଦେଖୁଛନ୍ତି।

ଅନେକ ଲୋକ ଏହି ଭିଡିଓକୁ ଦେଖି ଭୂତ ଟ୍ରେନ ବୋଲି ଭାବୁଛନ୍ତି ତ ଅନେକ ସିସିଟିଭି ଫୁଟେଜରେ ଟେକ୍ନିକାଲ ତ୍ରୁଟି ବୋଲି କହୁଛନ୍ତି। ଭିଡିଓଟି ପୁରୁଣା ହେଲେ ସୋସିଆଲ ମିଡିଆରେ କେବେ କେଉଁ ବିଷୟ ନେଇ ଚର୍ଚ୍ଚା ଜୋରସୋରରେ ହୁଏ ତାହା କହିହେବନାହିଁ। ଏହି ଭିଡିଓରେ ଏକ ରେଲୱେ ଷ୍ଟେସନରେ ଟ୍ରେନ ଆସି ରହିବାର ଦେଖାଯାଉଛି। କିନ୍ତୁ ଆଶ୍ଚର୍ଯ୍ୟର ଘଟଣା ଏହା ଯେପରି ଏକ ଅଦୃଶ୍ୟ ଟ୍ରେନ ପ୍ଲାଟଫର୍ମରେ ଆସି ରହୁଛି ଓ କିଛି ସେକେଣ୍ଡ ପରେ ତାହା ସେଠାରୁ ଚାଲିଯାଉଛି।

ଏହି ଭିଡିଓ ସହିତ ଲେଖାଯାଇଛି ଯେ ଷ୍ଟେସନର ସିକ୍ୟୁରିଟି ବାଲା ସିସିଟିଭି ଫୁଟେଜ ଚେକ୍ କରିବା ସମୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା।