ନର୍ସଙ୍କୁ ମାଡ଼ ମାରିବା ଘଟଣାରେ ହସ୍ପିଟାଲ ପରିସରରେ ଉତ୍ତେଜନା, ନର୍ସଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଭୀମଭୋଇ ହସ୍ପିଟାଲରେ ଗୁରୁବାର ରାତ୍ରିରେ ଜଣେ ନର୍ସକୁ ମାଡ଼ ମାରିବା ଘଟଣାରେ ଉତ୍ତେଜନା ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ନର୍ସମାନଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରି ନର୍ସମାନେ କାର୍ୟ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି। ଅଭିଯୋଗ ଅନୁଯାୟୀ ଗତକାଲି ରାତ୍ରିରେ ପ୍ରତିମା ନାମକ ଜଣେ ନର୍ସ ଡ୍ୟୁଟି କରୁଥିବାବେଳେ ତାଙ୍କୁ ଜଣେ ରୋଗୀଙ୍କ ଆଟେଣ୍ଡାଣ୍ଟ ମାଡ଼ ମାରିଥିଲେ। ଆକ୍ରମଣର ଶିକାର ହୋଇଥିବା ନର୍ସ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି।

ତେବେ ହସ୍ପିଟାଲ ଭିତରେ ଜଣେ ଆଟେଣ୍ଡାଣ୍ଟ କାହିିଁକି ଏପରି ଜଣେ ମହିଳା ନର୍ସଙ୍କୁ ମାଡ଼ ମାରିଲେ ତାହା ସ୍ପଷ୍ଟ ହୋଇପାରି ନଥିବା ବେଳେ ଯେ ପର୍ୟ୍ୟନ୍ତ ଉକ୍ତ ମାଡ଼ମାରିଥିବା ସମ୍ପର୍କୀୟଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନ ନିଆଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ହସ୍ପିଟାଲର ନର୍ସମାନେ ଚେତାବନୀ ଦେଇଛନ୍ତି।