ଜାମ୍ମୁ-କାଶ୍ମୀର,ଏଜେନ୍ସି: ସଂସଦ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ ଆତଙ୍କୀ ଅଫଜଲ ଗୁରୁକୁ ୨୦୧୩ର ଆଜିର ଦିନରେ ଫାଶୀ ଦିଆଯାଇଥିଲା। ଆଜି ତାର ଶ୍ରାଦ୍ଧ ବାର୍ଷିକିରେ ଆତଙ୍କୀଙ୍କ ଆକ୍ରମଣ ଆଶଙ୍କା ରଖି ପ୍ରଶାସନ କାଶ୍ମୀରରେ ୨ଜି ଇଣ୍ଟରନେଟ୍ ସେବା ଉପରେ ରୋକ୍ ଲଗାଯାଇଛି।
ସାତ ବର୍ଷ ପୂର୍ବରୁ ୯ ଫେବ୍ରୁଆରୀରେ ସଂସଦ ଆକ୍ରମଣରେ ଆତଙ୍କୀ ଅଫଜଲ ଗୁରୁକୁ ଫାଶୀ ଦିଆଯାଇଥିଲା । ଏହି ଦିନକୁ ଦୃଷ୍ଟିରେ ରଖି ସୁରକ୍ଷା ଏଜେନ୍ସି ଆଲର୍ଟ ଜାରି କରିବା ସମୟରେ ସୁରକ୍ଷା ଏଜେନ୍ସି କହିଥିଲା ଯେ, ପାକିସ୍ତାନ ଜାମ୍ମୁ କାଶ୍ମୀରରେ ୯ ଫେବ୍ରୁଆରୀ ପାଖାପାଖି କିଛି ବଡ଼ ଧରଣରର ଆକ୍ରମଣ କରିପାରେ ବୋଲି ଆଲର୍ଟ ଜାରି କରାଯାଇଥିଲା ।
ଏହି ଆଲର୍ଟରେ ବିଶେଷ କରି ପଞ୍ଜାବ ତରଫରୁ ଆସୁଥିବା ଯାନବାହାନ ଉପରେ କଡା ନଜର ରଖାଯାଇଛି । ଏଥିସହିତ ସୀମାରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି । ତେବେ ଶ୍ରୀନଗର ପଟୁ ଯାଉଥିବା ଟ୍ରକ୍ ଉପରେ ସୁରକ୍ଷା ଏଜେନ୍ସିର କଡା ନଜର ରହିଛି, କାହିଁକିନା ପାକ୍ ଜାମ୍ମୁରୁ ଶ୍ରୀନଗର ଯାଉଥିବା ଟ୍ରକ୍ରେ ଆତଙ୍କୀଙ୍କୁ ଘାଟିକୁ ପଠାଉଛି ବୋଲି ଇନଟେଲିଜେନ୍ସ ଏଜେନ୍ସିକୁ ସୂଚନା ମିଳିଥିଲା । ଖାଲି ଏତିକି ନୁହେଁ ଜାମ୍ମୁ କାଶ୍ମୀରରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।