ବିଏସ୍ଏଫ୍ କ୍ୟାମ୍ପରେ ଆନ୍ତର୍ଜାତୀୟ ଯୋଗ ଦିବସ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ବିଏସଏଫ୍ କ୍ୟାମ୍ପ୍ ପରିସରରେ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଯବାନମାନେ ଯୋଗାଭ୍ୟାସ କରଛନ୍ତି। ସେହିପରି କୋରାପୁଟ ସମେତ ବୈପାରିଗୁଡ଼ା, ଲକ୍ଷ୍ମୀପୁର, ଲମତାପୁଟ, ସୁଙ୍କି ଓ ରାଲେଗାଡ଼ା ପ୍ରମୁଖ ସ୍ଥାନରେ ଥିବା ବିଏସଏଫ୍ କ୍ୟାମ୍ପରେ ମଧ୍ୟ ଯୋଗ ଦିବସ ପାଳିତ ହୋଇଛି।