ବିଜେପି ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ାରେ ବିଜେପି ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। କରୋନା କଟକଣାକୁ ଦୃଷ୍ଟିରେ ରଖି ନିରାଡମ୍ବର ସହକାରେ ଯୋଗ ଦିବସକୁ ପାଳନ କରାଯାଇ ଯୋଗକୁ ନିଜର ଦୌନନ୍ଦିନ ଜୀବନର ଏକ ଅଭିନ୍ନ ଅଭ୍ୟାସରେ ପରିଣତ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଇଛି। ଏହି ଅବସରରେ ବିଟିଏମ ହନୁମାନ ମନ୍ଦିର ପରିସରରେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ଶିଶିର ସାହୁ, ପ୍ରେମସନ ରାଏ ଓ ସୋନୁ ଥିରାନି ପ୍ରମୁଖଙ୍କ ସହ ବିଜେପି କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଲୋକେ ଉପସ୍ଥିତ ରହି ବିଭିନ୍ନ ପ୍ରକାର ଯୋଗାଭ୍ୟାସ କରିଥିଲେ। ମଣିଷ ସାମାଜ ସୁସ୍ଥ ଓ ନିରୋଗ ରହିବାକୁ ହେଲେ ନିୟମିତ ଭାବରେ ଯୋଗାଭ୍ୟାସ କରିବାର ଆବଶ୍ୟକତା ରହିଛି ବୋଲି ବିଜେପି ରାଜ୍ୟ ସମ୍ପାଦକ ଶ୍ରୀ ତ୍ରୀପାଠି କହିଛନ୍ତି।