ଅନ୍ତର୍ଜାତୀୟ ମହିଳା ହିଂସା ନିରୋଧ ଦିବସ ପାଳିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ସାହେଡ଼ା ଅନୁଷ୍ଠାନ ଦ୍ୱାରା ପରିଚାଳିତ ୱାନ ଷ୍ଟପ୍ ସେଣ୍ଟର (ସଖୀ) ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନ୍ତର୍ଜାତୀୟ ମହିଳା ହିଂସା ନିରୋଧ ଦିବସ ପାଳନ କରାଯାଇଛି। ଏହି ଅବସରରେ ନାରୀ ହିଂସା ବନ୍ଦ ତଥା ନାରୀଙ୍କୁ ସୁରକ୍ଷା ପ୍ରଦାନ କରିବା ଦିଗରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହିଂସାର ଶିକାର ହେଉଥିବା ମହିଳାମାନେ ସଖୀର ସହାୟତା ନେଇ କିପରି ନ୍ୟାୟ ପାଇ ପାରିବେ ଏବଂ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବାରେ ସଖୀର ଭୂମିକା କଣ ରହିଛି ସେ ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ଆଗାମୀ ୧୬ ଦିନ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅନୁଷ୍ଠିତ ହେବ ବୋଲି ସାହେଡା ଅନୁଷ୍ଠାନର ପ୍ରକଳ୍ପ ମୁଖ୍ୟ ଆଶିଷ କୁମାର ପଣ୍ଡା ସୂଚନା ଦେଇଛନ୍ତି। ସେହିପରି ମହିଳାଙ୍କ ପ୍ରତି ହେଉଥିବା କୌଣସି ପ୍ରକାରର ହିଂସା ବରଦାସ୍ତ କରାଯିବ ନାହିଁ ବୋଲି ସାହେଡାର ନିର୍ଦ୍ଦେଶିକା ଆନନ୍ଦିନୀ ପାଢୀ କହିଛନ୍ତି। ଆଜିର କାର୍ଯ୍ୟକ୍ରମରେ ସଖୀର କାଉନସିଲର ମଧୁସ୍ମିତା ବରାଳ, କେସ ୱାର୍କର ବନ୍ଦନା ପଣ୍ଡା, ସ୍ୱାସ୍ଥ୍ୟ ସହାୟକ ସୁନିତା ଭଏଁଷା, ଯଜ୍ଞସିନୀ ନାଏକ, ରାକ ପ୍ରସାୟସ ପ୍ରମୁଖ ଉପସ୍ଥିତ ଥିଲେ।