ଆନ୍ତର୍ଜାତୀୟ ଅଣ୍ଡର ୧୮ ଫୁଟବଲ ଖେଳାଳି ଟଙ୍କଧର ବାଗଙ୍କୁ ଝାରସୁଗୁଡ଼ାରେ ସମ୍ବର୍ଦ୍ଧନା

ଝାରସୁଗୁଡ଼ା,ଏନ୍ଏନ୍ଏସ୍କାଠମାଣ୍ଡୁରେ ଅନୁଷ୍ଠିତ ହୋଇଥିବା ଅଣ୍ଡର ୧୮ର ଆନ୍ତର୍ଜାତୀୟ ଫୁଟବଲ ପ୍ରତିଯୋଗିତାରେ ଭାରତ ପକ୍ଷରୁ ଟଙ୍କଧର ବାଗ ପ୍ରତିନିଧିତ୍ୱ କରି ଭାରତକୁ ଚାମ୍ପିଅନ କରାଇଥିଲେ। ଏ ନେଇ ବୁଧବାର ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ବିଭିନ୍ନ  ସଂଗଠନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏହା ପରେ ସହରର ମଧ୍ୟ ଭାଗରେ ଏକ ବାଇକ ରାଲି ଅନୁଷ୍ଠିତ ହୋଇ ଝାରସୁଗୁଡ଼ା ସହର ପରିକ୍ରମା କରାଯାଇଥିଲା। ଟିମ ଇଣ୍ଡିଆକୁ ଫୁଟବଲ ଚାମ୍ପିଅନ କରିଥିବାରୁ ଆଜି ଝାରସୁଗୁଡାରେ ଜିଲ୍ଲା ବାସୀତାଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି।

ଦୀର୍ଘ ୨- ୩ ବର୍ଷ ଧରି ବଲାଙ୍ଗିରର ଏକ ସ୍ପୋର୍ଟସ୍‍ ହଷ୍ଟେଲରେ ରହି ଫୁଟବଲ ଅଭ୍ୟାସ କରୁଥିବା ବେଳେ ତାଙ୍କୁ ପ୍ରଥମେ ଅଣ୍ଡର ୧୬ରେ ଓଡ଼ିଶା ତରଫରୁ ସୁଯୋଗ ଦିଆଯାଇଥିଲା। ପରେ ଧୀରେ ଧୀରେ ତାଙ୍କ ଖେଳରେ ଉନ୍ନତି  ଆସିବା ପରେ ସେ ଅନ୍ତର୍ଜାତୀୟ ଅଣ୍ଡର ୧୮ରେ ଭାରତ ପକ୍ଷରୁ ଖେଳିଥିଲେ।