ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ସେବା ଜୁଲାଇ ୧୫ ତାରଖ ପର୍ଯ୍ୟନ୍ତ ବାତିଲ କରି ଦିଆଯାଇଛି। ବେସାମରିକ ବିମାନ ଚଳାଚଳ ବିଭାଗ (ଡିଜିସିଏ) ପକ୍ଷରୁ ଏହି ସୂଚନା ଜାରି କରାଯାଇଛି। କିନ୍ତୁ ଚୂଡ଼ାନ୍ତ ମାର୍ଗରେ କିଛି ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଅନୁମତି ପ୍ରଦାନ କରାଯିବ । ଏଥିସହିତ କାର୍ଗୋ ବିମାନ ଆତଯାତ ପାଇଁ କୌଣସି କଟକଣା ଲଗାଯାଇ ନାହିିଁ। କରୋନା ଯୋଗୁ ମାର୍ଚ୍ଚ ୨୩ରୁ ଦେଶରେ ଅନ୍ତର୍ଜାତୀୟ ବିମାନ ସେବା ବାତିଲ କରାଯାଇଛି।
ସୂଚନାଯୋଗ୍ୟ, ବନ୍ଦେ ଭାରତ ମିଶନ ଜରିଆରେ ଏୟାର ଇଣ୍ଡିଆ ଓ ଅନ୍ୟ ଘରୋଇ ବିମାନ ଅନ୍ତର୍ଜାତୀୟ ଉଡ଼ାଣ ପରିଚାଳନା କରୁଛି। କେନ୍ଦ୍ର ସରକାର ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଆଣିବା ପାଇଁ ଓ ଭାରତରେ ଅଟକି ଯାଇଥିବା ବିଦେଶୀଙ୍କୁ ସ୍ୱଦେଶ ପଠେଇବା ପାଇଁ ମେ’ ୬ ତାରିଖରୁ ଏହି ସେବା ଆରମ୍ଭ କରିଥିଲେ।