ଅନ୍ତର୍ଜାତୀୟ ଶିଶୁ ଶାନ୍ତି ପୁରସ୍କାର ପାଇଁ ଓଡ଼ିଆ ଝିଅ ମନୋନୀତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପେଣ୍ଠ ଗ୍ରାମ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣା ଛାତ୍ରୀ ଶୁଭସ୍ମିତା ତ୍ରିପାଠୀ ଆନ୍ତର୍ଜାତୀୟ ଶିଶୁ ଶାନ୍ତି ପୁରସ୍କାର-୨୦୧୯ ପାଇଁ ମନୋନୀତ ହୋଇଛନ୍ତି। ପୁରସ୍କାର ପାଇଁ ମନୋନୀତ ହୋଇଥିବା ସାରା ବିଶ୍ୱର ୧୧୯ଜଣ ଶିଶୁ ନେତାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଶୁଭସ୍ମିତା। ଶିଶୁ ଶ୍ରମିକ ଏବଂ ସ୍କୁଲ୍ ଛାଡ଼ିଥିବା ପିଲାଙ୍କୁ ଆଣି ସ୍କୁଲରେ ପାଠ ପଢାଇବା ଦିଗରେ ପ୍ରୟାସ କରୁଥିବା ଯୋଗୁଁ ଶୁଭସ୍ମିତାଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏନେଇ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଟ୍ୱିଟ୍ କରି ଶୁଭସ୍ମିତା ଜିଲ୍ଲା, ରାଜ୍ୟ ତଥା ଦେଶର ଗର୍ବ ବୋଲି କହିଛନ୍ତି। ଏଥିସହ ଶୁଭସ୍ମିତା ଏହି ପୁରସ୍କାର ଜିତନ୍ତୁ ବୋଲି ଶୁଭକାମନା ମଧ୍ୟ ଜ୍ଞାପନ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୩୦ତାରିଖରେ ଏହି ପୁରସ୍କାରର ଫଳାଫଳ ପ୍ରକାଶ ପାଇବ।