ରୁଷିଆ-ୟୁକ୍ରେନ୍‌ର ୨ୟ ପର୍ଯ୍ୟାୟ ଆଲୋଚନା ବିଫଳ, ଉଭୟ ଦେଶ ମଧ୍ୟରେ ଖୁବ୍ ଶୀଘ୍ର ୩ୟ ବୈଠକ ଅନୁମାନ

କିଭ୍‌/ମସ୍କୋ,ଏଜେନ୍ସି: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ୟୁକ୍ରେନ୍‌ର ସହରରେ ରୁଷିଆ କ୍ରମାଗତ ଭାବେ ବୋମା, ରକେଟ ଓ ମିସାଇଲ ମାଡ଼ କରୁଛି। ଖାରକିଭ ଓ କିଭରେ ରୁଷିୟ ସେନା ତାଣ୍ଡବ ରଚୁଛନ୍ତି। ଉଭୟ ଦେଶ ମଧ୍ୟରେ ଏହାରି ମଧ୍ୟରେ ୨ଟି ପର୍ଯ୍ୟାୟରେ ବୈଠକ ହୋଇଛି। କିନ୍ତୁ ଏହି ୨ ବୈଠକର ଆଲୋଚନାରେ କୌଣସି ସକରାତ୍ମକ ନିଷ୍ପତ୍ତି ବାହାରି ପାରି ନାହିଁ । ତେଣୁ ୩ୟ ପର୍ଯ୍ୟାୟରେ ବୈଠକକୁ ଅପେକ୍ଷା କରାଯାଉଛି।

ରୁଷିଆ ଓ ୟୁକ୍ରେନ୍‌ର ଅଧିକାରୀମାନେ ଯୁଦ୍ଧ ବିରାମ ପାଇଁ ଆଲୋଚନା ଜାରି ରଖିଛନ୍ତି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ବୈଠକରେ ଆଲୋଚନା ବିଫଳ ହେବା ପରେ ୩ୟ ପର୍ଯ୍ୟାୟର ଆଲୋଚନାକୁ ନେଇ ଏବେ କିଛି ଆଶା ରଖାଯାଇପାରିବ। ପୋଲାଣ୍ଡର ସୀମା ନିକଟ ବେଲାରୁଷ ଠାରେ ଗୁରୁବାର ହୋଇଥିବା ବୈଠକ ପରେ ରୁଷୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇଥିବା ରାଷ୍ଟ୍ରପତି ପୁତିନଙ୍କ ପରାମର୍ଶଦାତା ଭ୍ଲଦିମିୀର ମେଦିନ୍‌ସ୍କି କହିଛନ୍ତି ଯେ, ଉଭୟ ପକ୍ଷର ସ୍ଥିତି ସ୍ପଷ୍ଟ। ରୁଷିଆ ପକ୍ଷରୁ ସହମତି ଦିଆଯାଇଛି। ରୁଷିଆର ବରିଷ୍ଠ ସାଂସଦ ଲିୟୋନିଦ ସ୍ଲୁସ୍ତକୀ କହିଛନ୍ତି ଖୁବ ଶୀଘ୍ର ଆଗାମୀ ପର୍ଯ୍ୟାୟର ଆଲୋଚନା ହେବ ଏବଂ ଏଥିରେ ଭଲ ବୁଝାମଣା ହୋଇପାରେ । ସୂଚନାଯୋଗ୍ୟ, ରୁଷିଆ-ୟୁକ୍ରେନ୍ ଯୁଦ୍ଧର ୭ମ ଦିନରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି।