୧୬ରେ ହେବ ଅନ୍ତରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲ ଇନ ଇଣ୍ଡିଆ-୨୦୨୧

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଗୋଆ ସରକାରଙ୍କ ଦ୍ୱାରା ଆୟୋଜିତ ଭାରତର ୫୧ତମ ଅନ୍ତରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲ ଇନ ଇଣ୍ଡିଆ (ଆଇଏଫ୍ଏଫ୍ଆଇ-୨୦୨୧)ର ଘୋଷଣା କରିଦିଆଯାଇଛି। ୯ମ ଦିବସୀୟ ଫିଲ୍ମ ଫେଷ୍ଟିଭାଲ ୧୬ ଜାନୁଆରୀରୁ ୨୪ ଜାନୁଆରୀ ପର୍ଯ୍ୟନ୍ତ ଆୟୋଜିତ କରାଯିବ। ଫିଲ୍ମ ଫେଷ୍ଟିଭାଲ ପୂର୍ବ ବର୍ଷ ନଭେମ୍ବର ମାସରେ ହେବାର ଥିଲା, କିନ୍ତୁ କରୋନା ମହାମାରୀକୁ ନଜର ରଖି ଏହାକୁ ଜାନୁଆରୀ ପର୍ଯ୍ୟନ୍ତ ପୋଷ୍ଟପୋନ୍ କରାଯାଇଥିଲା।
ଅନ୍ତର୍ଜାତିୟ ପ୍ରତିଜୋଗିତା ସେକ୍ସସନ୍

ଫେଷ୍ଟିଭାଲରେ ପ୍ରତିଷ୍ଠିତ ଗୋଲ୍ଡେନ୍ ପିକକ୍ ଆଓାର୍ଡ ପାଇଁ ବିଭିନ୍ନ ଦେଶର ୧୫ ଟି ଫିଲ୍ମ ମଧ୍ୟରେ ପ୍ରତିଯୋଗିତା ହେବ। ଅନ୍ତର୍ଜାତିୟ ଫିଲ୍ମର ପ୍ରତିଯୋଗିତା ସେକ୍ସସନ୍ ପାଇଁ ଗଠିତ ଜ୍ୟୁରୀର ଅଧ୍ୟକ୍ଷତା ଆର୍ଜେଣ୍ଟିନାର ଫିଲ୍ମମେକର ପେବ୍ଲୋ ସିଜର କରିବେ। ଏଥିସହ ଶ୍ରୀଲଙ୍କାର ଫିଲ୍ମମେକର ପ୍ରସନ୍ନା ବିଠାନାଗି, ଅଷ୍ଟ୍ରିୟାର ଅବୁ ବକର ଶାକି, ଭାରତର ପ୍ରିୟଦର୍ଶନ ଏବଂ ବାଂଲାଦେଶର ରୁବାୟତ ହୁସେନ ସାମିଲ ଅଛନ୍ତି। ଅନ୍ତର୍ଜାତିୟ ପ୍ରତିଯୋଗିତା ସେକ୍ସସନରେ ଯେଉଁ ୧୫ଟି ଫିଲ୍ମ ମଧ୍ୟରେ ପ୍ରତିଯୋଗିତା ହେବ ସେଥିରେ ପର୍ତୁଗାଲ, ଡେନମାର୍କ, ବୁଲଗେରିୟା, ଇରାନ୍, ପୋଲାଣ୍ଡ, ସ୍ପେନ୍, ଆଫଗାନିସ୍ଥାନ୍, ତାଇବାତନ୍ ସମେତ ଭାରତର ୩ଟି ଫିଲ୍ମ କୃପାଲ କଲିତାଙ୍କର ବ୍ରିଜ୍, ସର୍ଦ୍ଧାତ ତ୍ରିପାଠୀଙ୍କର ଦ ଡାଙ୍ଗ୍ ଆଣ୍ଡ ହିଜ୍ ମ୍ୟାନ୍ ଏବଂ ଗଣେଶ ବିନାୟକନଙ୍କ ଥାଏନ୍ ସାମିଲ୍ ଅଛି।

ବେଷ୍ଟ ଫିଲ୍ମକୁ ୪୦ ଲକ୍ଷ ନଗଦ ଦିଆଯିବ, ଯାହା ନିର୍ଦେଶକ ଏବଂ ନିର୍ମାତାଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଦିଆଯାଏ। ନିର୍ଦେଶକଙ୍କୁ ଗୋଲଡେନ୍ ପିକକ୍ ଏବଂ ସାର୍ଟିଫିକେଟ୍ ଦିଆଯାଏ, ଏବଂ ନିର୍ମାତାଙ୍କୁ କ୍ୟାସ୍ ପ୍ରାଇଜ୍ ସହ କେବଳ ସାର୍ଟିଫିକେଟ୍ ମିଳିଥାଏ। ଏହା ଛଡା ବେଷ୍ଟ ନିର୍ଦେଶକ କାଟାଗୋରିରେ ୧୫ ଲକ୍ଷ ଟଙ୍କା ନଗଦ ଦିଆଯାଏ। ବେଷ୍ଟ ଆକ୍ଟର ମେଲ୍ ଏବଂ ଫିମେଲଙ୍କୁ ୧୦ ଲକ୍ଷ ଟଙ୍କା ନଗଦ ସହ ସିଲଭର୍ ପିକକ୍ ଏବଂ ସାର୍ଟିଫିକେଟ ମିଳିଥାଏ। ସ୍ପେଶାଲ ଜ୍ୟୁରି ଆଓାର୍ଡ ମଧ୍ୟ ଦିଆଯାଏ, ଯାହାସହ ୧୫ ଲକ୍ଷ ଟଙ୍କା ନଗଦ ଏବଂ ପ୍ରମାଣ ପତ୍ର ଦିଆଯାଇଥାଏ। ଏହି ଆୱାର୍ଡ କୌଣସି ଫିଲ୍ମ କିମ୍ବା ବ୍ୟକ୍ତିଙ୍କୁ ଦିଆଯାଇପାରିବ।

ଇଣ୍ଡିଆନ୍ ପନୋରମା ସେକ୍ସନ୍
ଫେସ୍ଟିଭାଲର ଇଣ୍ଡିଆନ ପନୋରମା ସେକ୍ସନରେ ମୋଟ ୨୩ ଫିଚର ଏବଂ ୨୦ ନନ୍ ଫିଚର ଫିଲ୍ମର ପ୍ରଦର୍ଶନ କରାଯାଏ। ଏଥିରେ ଦିବଙ୍ଗତ ସୁଶାନ୍ତ ସିଂହ ରାଜପୁତଙ୍କର ଛିଛୋରେ ମଧ୍ୟ ସାମିଲ ଅଛି। ତାପସି ପନଙ୍କ ଏବଂ ଭୁମି ପେଣ୍ଡରକରଙ୍କର ଅଭିନିତ ତୁସାର ହିରାନଂଦାନିଙ୍କ ସାଣ୍ଢ୍ କି ଆଖରୁ ଏହି ସେକ୍ସନର ଓପେନିଂ ହେବ। ଏଥର ୯ଟି ଦକ୍ଷୀଣ ଭାରତୀୟ ଏବଂ ୬ଟି ମରାଠି ଫିଲ୍ମ ପ୍ରଦର୍ଶନ କରାଯିବ। ଦକ୍ଷୀଣ ଭାରତୀୟ ଫିଲ୍ମରେ ୬ଟି ଫିଚର, ୨ଟି ମୁଖ୍ୟ ଧାରା ଏବଂ ୧ଟି ନନ୍ ଫିଚର ଫିଲ୍ମ ରହିବ। ମରାଠି ଫିଲ୍ମରେ ୩ଟି ଫିଚର ଏବଂ ୩ଟି ନନ୍ ଫିଚର ଫିଲ୍ମ ରହିବ।

ଏହି ଫିଲ୍ମ ଗୁଡିକର ହେବ ପ୍ରିମିୟର
ଦାନିଶ ଫିଲ୍ମ ମେକର ଥୋମାସ ଓିଣ୍ଟରବର୍ଗଙ୍କ ଫିଲ୍ମ ଏନାଦର ରାଉଣ୍ଡର ପ୍ରିମିୟର ଫେଷ୍ଟିଭାଲର ପର୍ଦା ଉଠିବ। ଅଷ୍ଟ୍ରିଆର ଫିଲ୍ମ ମେକର ସନ୍ଦିପ କୁମାରଙ୍କ ନିର୍ଦ୍ଦେଶିତ ମେହେରୁନିଶା ଫିଲ୍ମର ଫେଷ୍ଟିଭାଲରେ ୱାର୍ଲଡ଼ ପ୍ରିମିୟର କରାଯିବ। ଏଥିରେ ୱେଟରନର ଆକ୍ଟରେଶ୍ ଫାରୁଖ ଜଫର ଲିଡ ରୋଲରେ ଅଛନ୍ତି।