ଭୁବନେଶ୍ୱର,ଏନ୍ଏନ୍ଏସ୍: ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ। ଗୁଇନ୍ଦା ନିର୍ଦ୍ଦେଶକ ବଦଳାଇଲେ ରାଜ୍ୟ ସରକାର । ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ ହେଲେ ଗୃହ ବିଭାଗ ଓଏସଡି। ଏଡିଜି.ଆର.ପି. କୋଚଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ୱ ମିଳିଛି।
ଲଳିତ ଦାସ ଗୁଇନ୍ଦା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ୧୯୯୨ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ଲଳିତ ଦାସ। ବର୍ତ୍ତମାନ ସେ ଗୃହ ବିଭାଗ ଓଏସଡି ଭାବେ କାର୍ଯ୍ୟ କରିବେ। ତେବେ ତାଙ୍କ ସ୍ଥାନରେ ୧୯୯୩ ବ୍ୟାଚର ଏଡିଜି.ଆର.ପି. କୋଚଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ୱ ତୁଳାଇବେ। ବର୍ତ୍ତମାନ ସେ ଏସଓପିର ଆଡିସନାଲ ଡିଜି ଅଛନ୍ତି।