ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ବ୍ଲକ ଅନ୍ତଗର୍ତ କେନ୍ଦୁମୁଣ୍ଡି ଗ୍ରାମରେ ଆସନ୍ତା ୨୨ ତାରିଖରୁ ସୁବ୍ରତ ମେହେର ସ୍ମୃତି କମିଟି ପକ୍ଷରୁ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ସୁବ୍ରତ ମେହେରଙ୍କ ବାପା ଘନଶ୍ୟାମ ମେହେର ଏବଂ ମା’ ରାଜକୁମାରୀ ମେହେର କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ । ଏହି ଉତ୍ସବରେ କେନ୍ଦୁମୁଣ୍ଡି ଗ୍ରାମବାସୀ ଉପସ୍ଥିତ ଥିଲେ । ଆସନ୍ତା ୨୨ ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଧୁମଧାମରେ ପାଳିତ ହେବ ବୋଲି ଆୟୋଜକ କମିଟି ତରଫରୁ ଜଣାଯାଇଛି । ୨୨ ତାରିଖରେ କଳସ ଯାତ୍ରା ସହ ଅଧିବାସ,୨୩ରେ ଭାଗବତ ପଠନ,୨୪ରେ ଷୋଡ଼ଶ ପୂଜା ଆରମ୍ଭ, ୨୫ରେ ଦେବସ୍ନାନ ଓ ଯଜ୍ଞ, ୨୬ରେ ଦେବତା ପ୍ରତିଷ୍ଠା ଓ ପ୍ରାଣ ପ୍ରତିଷ୍ଠା ୨୪ ପ୍ରହର ନାମଯଜ୍ଞ ଆରମ୍ଭ,୨୭ରେ ମନ୍ଦିର ପ୍ରତିଷ୍ଠା ଓ ଯଜ୍ଞ, ୨୮ରେ ଧ୍ୱଜା ରୋହଣ, ସୁଦଶର୍ନ ଚକ୍ର ସ୍ଥାପନ, ସିଂହାସହ ପ୍ରତିଷ୍ଠା, ୧ରେ ନଗର ପରିକ୍ରମା, ଶ୍ରୀ ଶ୍ରୀ ମହାପ୍ରଭୁଙ୍କ ମନ୍ଦିର ପ୍ରବେଶ, ରତ୍ନ ସିଂହାସନ ଆରୋହଣ ସହ ଜନସାଧାରଣଙ୍କ ପାଇଁ କଂସ ଦରବାର, ମୀନା ବଜାର, ଭାଗବତ ପଠନ ଓ ଅପେରା ପ୍ରମୁଖ କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି ।