ବରଗଡ଼,ଏନ୍ଏନ୍ଏସ୍: ଇନରହ୍ୱିଲ କ୍ଲବ ବରଗଡ଼ ସେଣ୍ଟ୍ରାଲ ତରଫରୁ ଜାତୀୟ ଡାକ୍ତର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବରଗଡ଼ର ପୁରୁଣା ସରକାରୀ ଡାକ୍ତରଖାନାରେ କର୍ତ୍ତବ୍ୟରତ ଡାକ୍ତରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସଭାନେତ୍ରୀ ନେହା ତୁଲିଙ୍କ ନେତୃତ୍ୱରେ କ୍ଲବର ସଦସ୍ୟାମାନେ ପୁରୁଣା ଡାକ୍ତରଖାନା ପହଁଚି ଡାକ୍ତର ସଞ୍ଜୀବ କୁମାର ତ୍ରିପାଠୀ, ଡାକ୍ତର ଦୁର୍ଗା ପ୍ରସାଦ ସାହୁ, ଡାକ୍ତର ଜ୍ଞାନ ପଣ୍ଡାଙ୍କୁ ସ୍ମୃତିଫଳକ ଓ ଫୁଲତୋଡ଼ା ଦେଇ ସମ୍ମାନିତ କରିଥିଲେ । ମୌସୁମୀ ନାକୁଲା, ରିଚା ପିପଲାନି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।