ମେଡିକାଲରେ ଆହତ ଯୁବକଙ୍କ ଉନ୍ମତ କାଣ୍ଡ

ଉଦଳା,ଏନ୍ଏନ୍ଏସ୍: ଦୁର୍ଘଟଣାରେ ଆହତ ଜଣେ ଯୁବକ ଚିକିତ୍ସା ନିମନ୍ତେ ମେଡିକାଲ ଯାଇ ସେଠାରେ ଉନ୍ମତ୍ତ କାଣ୍ଡ ଘଟାଇଥିବା ଜଣାଯାଇଛି। ଯୁବକ ଜଣଙ୍କ ସେଠାକାର ସୁରକ୍ଷା କର୍ମୀ, କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଡାକ୍ତରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି। ଏପରିକି ନିଶାସକ୍ତ ଅବସ୍ଥାରେ ଥିବା ବେଳେ ସେ ମେଡିକାଲ ପରିସରରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ଉପଖଣ୍ଡ ମେଡିକାଲରେ ଗତ ରାତିରେ ଘଟିଛି।

ଗତ ରାତିରେ ଯୁବକ ଜଣଙ୍କ ଦୁର୍ଘଟଣାରେ ଆହତ ହୋଇ ଉଦଳା ମେଡିକାଲକୁ ଆସିଥିଲେ। କିନ୍ତୁ ଡ୍ରେସିଂ ସମୟରେ ସେ ଡ୍ରେସିଂ କରୁଥିବା କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ଏହାପରେ ମେଡିକାଲର ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିବା ସହ ଡ଼ାକ୍ତରଖାନାର ଆଉଟଡୋର କବାଟ କାଚକୁ ଭାଙ୍ଗି ଦେଇଥିଲେ। ଏପରିକି ଡିୟୁଟିରେ ଥିବା ଡ଼ାକ୍ତରଙ୍କୁ ଦୁର୍ବ୍ୟବହାର କରିଥିଲେ। ଯୁବକ ଜଣଙ୍କ ଭଙ୍ଗା କାଚ ଧରି ସମସ୍ତଙ୍କୁ ଭୟଭୀତ କରିଥିଲେ। ଏପରିକି ପୁଲିସକୁ ମଧ୍ୟ ଭଙ୍ଗା କାଚ ଦେଖାଇ ଡାକ୍ତରଖାନାରୁ ଚମ୍ପଟ ମାରିଥିଲେ। ତେବେ ଯୁବକ ଜଣକ ନିଶାସକ୍ତ ଥିବା ଉଦଳା ମେଡିକାଲ ଡାକ୍ତର ମହେଶ୍ୱର ଦାସ କହିଛନ୍ତି।