ଦେବଗଡ଼ ଜିଲ୍ଲାରେ କୁକୁଡ଼ାଙ୍କୁ ରାଣୀକ୍ଷେତ ରୋଗ ସଂକ୍ରମଣ, ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଆରମ୍ଭ ହେଲା କୁକୁଡ଼ାଙ୍କୁ ଟିକାକରଣ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗତ କିଛିଦିନ ଠାରୁ କୁକୁଡ଼ାମାନଙ୍କ ମଧ୍ୟରେ ସଂକ୍ରାମକ ରୋଗବ୍ୟାପୀ ଅନେକ କୁକୁଡ଼ାଙ୍କ ମୃତ୍ୟୁ ହୋଇଛି। ଏ ଘଟଣା ସାମ୍ନାକୁ ଆସିବା ପରେ ପଶୁସମ୍ପଦ ବିଭାଗ ପକ୍ଷରୁ ଟିକାକରଣ ବ୍ୟାପକ କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଦେବଗଡ଼ ପୌରାଞ୍ଚଳ ୬ନଂ ୱାର୍ଡ ବାସିନ୍ଦା ବୈଦେହି ବୁଡାଙ୍କ ୧୩ଟି, ଭୋଲେଶ୍ୱର ରଣବିଡାଙ୍କ ୮ଟି, ଉଲ୍ଲାସ ରଣବିଡାଙ୍କ ୨ଟି ଓ ଉତ୍ତରା ବୁଡାଙ୍କ ୫ଟି କୁକୁଡ଼ାଙ୍କ ମୃତ୍ୟୁ ହୋଇଛି। ତେବେ କୁକୁଡ଼ାଙ୍କମଧ୍ୟରେ ଦେଖାଦେଇଥିବା

ଏହି ସଂକ୍ରାମକ ରୋଗ ଅନ୍ୟ ଗ୍ରାମାଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟପଶୁସମ୍ପଦ ଅଧିକାରୀ ରବି ନାରାୟଣ ବେହେରାଙ୍କ ମତାମତ ନେବାରୁ କୁକୁଡାଙ୍କ ମଧ୍ୟରେ ରାଣୀକ୍ଷେତ ରୋଗ ଦେଖାଦେଇଥିବା କହିଛନ୍ତି। ଏହି ରୋଗ ଗୋଟିଏ ଠାରୁ ଅନ୍ୟକୁ ସଂକ୍ରମିତ ହୋଇଥାଏ ବୋଲି ସୂଚନା ଦେବା ସହ ଏହି ରୋଗ ପାଇଁ ଔଷଧ ବ୍ୟବସ୍ଥା ନଥିବାରୁ କୁକୁଡ଼ାଙ୍କୁ ଟିକାକରଣ କରାଯିବା ଏକ ମାତ୍ର ପ୍ରତିଷେଧକ ବୋଲି ସୂଚନା ମିଳିଛି।