ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଇନ୍ଦ୍ରଜିତ ମହାନ୍ତି

ଜୟପୁର,ଏଜେନ୍ସି: ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଇନ୍ଦ୍ରଜିତ୍ ମହାନ୍ତି ରବିବାର ରାଜସ୍ଥାନ ହାଇକୋର୍ଟର ୩୭ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜସ୍ଥାନ ରାଜ୍ୟପାଳ କାଲରାଜ ମିଶ୍ର ଜଷ୍ଟିସ୍ ଇନ୍ଦ୍ରଜିତ୍ ମହାନ୍ତିଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ଶପଥଗ୍ରହଣ ଉତ୍ସବରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଉପସ୍ଥିତ ଥିଲେ।

ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବରେ କାର୍ଯ୍ୟରତ ଥିବା ଜଷ୍ଟିସ୍ ମହାନ୍ତି ପୂର୍ବରୁ ବମ୍ବେ ହାଇକୋର୍ଟରେ ମଧ୍ୟ ବିଚାରପତି ଭାବେ କାର୍ଯ୍ୟ କରି ସାରିଛନ୍ତି। ୧୯୬୦ ମସିହା ନଭେମ୍ବର ୧୧ତାରିଖରେ କଟକଠାରେ ଜନ୍ମିତ ଜଷ୍ଟିସ୍ ମହାନ୍ତି ଦିଲ୍ଲୀ ୟୁନିଭରସିଟିର କ୍ୟାମ୍ପସ୍ ଲ’ ସେଣ୍ଟରରୁ ଏଲ୍ଏଲ୍ବି କରିବା ସହ ୟୁନାଇଟେଡ୍ କିଙ୍ଗଡମ୍ ର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଥିଲେ।

୧୯୮୪ରୁ ଓଡ଼ିଶା ବାର୍ କାଉନ୍ସିଲରେ ଓକିଲାତି ଜୀବନ ଆରମ୍ଭ କରିଥିବା ଜଷ୍ଟିସ୍ ମହାନ୍ତି ୨୦୦୬ ମସିହାରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ଏବଂ ୧୯୯୮ରୁ ୨୦୦୩ ପର୍ଯ୍ୟନ୍ତ ଜାତୀୟ ବାର୍ କାଉନସିଲ୍ର ସଦସ୍ୟ ଭାବେ କାମ କରିଛନ୍ତି। ତାଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା।