ଭାରତ-ଚୀନ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ୩ ଘଣ୍ଟା ଆଲୋଚନା

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଆଜି ଚୀନ ବୈଦେଶିକ ମନ୍ତ୍ରୀ ବାଙ୍ଗ ୟୀଙ୍କୁ ଭେଟିଛନ୍ତି । ଏହି ଅବସରରେ ଉଭୟ ନେତାଙ୍କ ମଧ୍ୟରେ ପୂର୍ବ ଲଦାଖ ବିବାଦ ଓ ୟୁକ୍ରେନ ସଙ୍କଟରୁ ସୃଷ୍ଟି ହୋଇଥିବା ରାଜନୈତିକ ସମସ୍ୟା ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏଥିସହିତ କଶ୍ମୀରକୁ ନେଇ ବାଙ୍ଗ ୟୀଙ୍କ ବୟାନ ଉପରେ ମଧ୍ୟ ଜୟଶଙ୍କର ଆପତ୍ତି ଜାହିର କରିଥିଲେ ।

ଆଲୋଚନା ପରେ ଏସ୍ ଜୟଶଙ୍କର କହିଛନ୍ତି ଯେ, ଆମେ ପାଖାପାଖି ୩ ଘଣ୍ଟା ପର୍ଯ୍ୟନ୍ତ ସ୍ୱଷ୍ଟ ରୂପେ ଏକ ବ୍ୟାପକ ମୂଳ ଏଜେଣ୍ଡାକୁ ସମ୍ବୋଧିତ କରିଥିଲୁ । କଶ୍ମୀରକୁ ନେଇ ବାଙ୍ଗ ୟୀ ଦେଇଥିବା ବୟାନ କେଉଁ କାରଣରୁ ଆପତ୍ତିଜନକ ଥିଲା ତାହା ମଧ୍ୟ ବିସୃତ ଭାବେ ବୁଝାଇଥିଲି । ଉଭୟ ଦେଶ ମଧ୍ୟରେ ରହିଥିବା ଦ୍ୱିପାକ୍ଷିକ ସମ୍ବନ୍ଧକୁ ନେଇ ଚର୍ଚ୍ଚା କରିଥିଲୁ ଯାହାକି ୨୦୨୦ ଚୀନ ଆକ୍ରମଣର ପରିଣାମସ୍ୱରୂପ ବାଧିତ ହୋଇଥିଲା । ଆଉ ବର୍ତ୍ତମାନ ସ୍ଥିତିକୁ ‘ୱାର୍କ ଇନ ପ୍ରୋଗ୍ରେସ’ କହିବୁ । କିନ୍ତୁ ଏହା ଖୁବ୍ ଦ୍ରୁତ ଗତିରେ ଚାଲିଛି । ଏହାକୁ ଆଗକୁ ନେବାର ଆବଶ୍ୟକତା ରହିଛି ।