ଆସନ୍ତାକାଲି ଭାରତ-ଚୀନ ମଧ୍ୟରେ ୧୧ ତମ କର୍ପସ୍ କମାଣ୍ଡର ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଏବଂ ଚୀନ୍ ମଧ୍ୟରେ ପୂର୍ବ ଲଦାଖରେ ପରବର୍ତ୍ତୀ ପର୍ଯ୍ୟାୟ ଅଗ୍ରଗତି ପାଇଁ ଆସନ୍ତାକାଲି ୧୧ ତମ ରାଉଣ୍ଡ କର୍ପସ୍ କମାଣ୍ଡର ସ୍ତରୀୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଆଲୋଚନା ଚୁସୁଲରେ ଅନୁଷ୍ଠିତ ହେବ ଏବଂ ସକାଳ ୧୦ଟା ୩୦ରୁ ଆରମ୍ଭ ହେବ।

ଫେବୃଆରୀରେ, ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ କୂଳରେ ଦୁଇ ପକ୍ଷ ପୁର୍ବାବସ୍ଥାର ଦଶମ ରାଉଣ୍ଡ ଆଲୋଚନା କରିଥିଲେ। ଯେଉଁଥିରେ ସେମାନେ ଅବଶିଷ୍ଟ ସମସ୍ୟାର ପାରସ୍ପରିକ ଗ୍ରହଣୀୟ ସମାଧାନ ପାଇଁ ଦାବି କରିଥିଲେ। ସୀମାନ୍ତ ଅଞ୍ଚଳରେ ମିଳିତ ଭାବରେ ଶାନ୍ତି ବଜାୟ ରଖିବା ପାଇଁ ଏକ “ସ୍ଥିର ଏବଂ ଶୃଙ୍ଖଳିତ” ଢଙ୍ଗରେ ପରବର୍ତ୍ତି ପର୍ଯ୍ୟାୟରେ ଆଲଚନା କରିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ। ତେବେ, ଗୋଗ୍ରା ଏବଂ ହଟ୍ସପ୍ରିଙ୍ଗ୍ସରେ ବିବାଦ ସମାଧାନ ପାଇଁ କୌଣସି ଅଗ୍ରଗତି ହୋଇନାହିଁ।

ବର୍ତ୍ତମାନ ପାଙ୍ଗୋଙ୍ଗ ହ୍ରଦରେ ବିବାଦ ସମ୍ପୂର୍ଣ୍ଣ ହେବା ସହିତ ପୂର୍ବ ଲଦାଖର ଅନ୍ୟ ବିବାଦୀୟ କ୍ଷେତ୍ରଗୁଡିକ ପାଇଁ ପର୍ଯ୍ୟାୟକ୍ରମେ ଯୋଜନା ପ୍ରସ୍ତୁତ କରିବା ପାଇଁ ଆଲୋଚନାର କେନ୍ଦ୍ରବିନ୍ଦୁ ହେବ। ଏଥି ମଧ୍ୟରେ ଗୋଗ୍ରା, ହଟ୍ସସ୍ପ୍ରିଙ୍ଗ୍ସ, ଡେପସଙ୍ଗ୍ ଏବଂ ଡେମୋକକ୍ ଅନ୍ତର୍ଭୁକ୍ତ ହେବାର ଯୋଜନା ରହିଛି।