ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଇଣ୍ଡିଗୋ ବିମାନ

ଶ୍ରୀନଗର,ଏଜେନ୍ସି: ଜମ୍ମୁ-କାଶ୍ମୀରର ଶ୍ରୀନଗର ବିମାନ ବନ୍ଦରରେ ବୁଧବାର ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ଏହି ବିମାନରେ ୨୩୩ ଜଣ ଯାତ୍ରୀ ଥିଲେ। ମିଳିଥିବା ରିପୋର୍ଟ ଅନୁଯାୟୀ, ବୁଧବାର ମଧ୍ୟାହ୍ନ ସମୟରେ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ୬ଇ-୨୫୫୯ ଶ୍ରୀନଗର ଏୟାରପୋର୍ଟରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କଲା ବେଳେ ରନ୍ ୱେରୁ ହଟାଯାଇଥିବା ବରଫରେ ଧକ୍କା ହୋଇଥିଲା। ବିମାନ ବନ୍ଦର କର୍ତ୍ତୃପକ୍ଷ ତୁରନ୍ତ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେଇଥିଲେ। ଏହାପରେ ବିମାନକୁ ଯାଞ୍ଚ କରାଯାଇଥିଲା ଏବଂ ପରେ ତାହା ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା।