ନୂଆଦିଲ୍ଲୀ: ମଣିପୁର ଘଟଣାକୁ ନେଇ ସଂସଦର ଉଭୟ ସଦନରେ ହଙ୍ଗାମା ଜାରି ରହିଛି । ଉକ୍ତ ମାମଲାରେ ବିରୋଧୀ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନ ଦାବୀ କରୁଛନ୍ତି । ଅନ୍ୟପଟେ ଏହି ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ ବିରୋଧୀ ଅଣଦେଖା କରୁଛି ବୋଲି କ୍ଷମତାଧାରୀ ଦଳ ଅଭିଯୋଗ କରିଛି ।
ବିରୋଧୀ ଦଳ ମେଣ୍ଟ ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ ଅଲାୟନ୍ସ(ଇଣ୍ଡିଆ) ସଂସଦ ଭବନ ପରିସରରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଏଥିରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ଜନତା ଦଳର ରାଜୀବ ରଞ୍ଜନ, ଆମ ଆମି ପାର୍ଟିର ସଞ୍ଜୟ ସିଂହ, ରାଷ୍ଟ୍ରୀୟ ଜନତା ଦଳ ମନୋଜ ଝା ଓ ଅନ୍ୟ ପାର୍ଟିର ସାଂସଦ ସାମିଲ ଅଛନ୍ତି । ସେମାନେ ‘ପ୍ରଧାନମନ୍ତ୍ରୀ ସଦନକୁ ଆସନ୍ତୁ’ର ନାରା ଲଗାଇଛନ୍ତି । ଏହି ପ୍ରଦର୍ଶନ ରାତି ସାରା ଜାରି ରହିବ ବୋଲି ଜଣାପଡ଼ିଛି ।