ବ୍ରିସବେନରେ ଭାରତର ଐତିହାସିକ ବିଜୟ

ବ୍ରିସବେନର ଗ୍ରାବାରେ ଖେଳାଯାଇଥିବା ବୋର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟରେ ଅଷ୍ଟେଲିଆକୁ ୩ ୱିକେଟରେ ଭାରତ ହରାଇଦେଇଛି। ଏଥିସହିତ ଭାରତୀୟ ଟିମ୍ ୪ଟି ମ୍ୟାଚର ଏହି ସିରିଜ ୨-୧ରେ ନିଜ ନାଁରେ କରିନେଇଛି। ଗାବା ପଡ଼ିଆରେ ପ୍ରଥମଥର ପାଇଁ କୌଣସି ଟିମ୍ ୩୦୦ରୁ ଅଧିକ ରନର ଲକ୍ଷ୍ୟକୁ ପିଛା କରିଥିଲା। ଅଷ୍ଟ୍ରେଲିଆରେ ଭାରତ ଦ୍ୱିତୀୟଥର ପାଇଁ ଟେଷ୍ଟ ସିରିଜ ଜିତିଛି। ଏହାପୂର୍ବରୁ ୨୦୧୮-୧୯ରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ୪ଟି ମ୍ୟାଚର ଟେଷ୍ଟ ସିରିଜ ୨-୧ରେ ହରାଇଥିଲା। ସେହି ସମୟରେ ଭାରତୀୟ ଟିମ୍ କଙ୍ଗାରୁକୁ ତା’ ଘରେ ଟେଷ୍ଟ ସିରିଜ ହରାଇଥିବା ପ୍ରଥମ ଏସିଆ ଟିମ୍ ହୋଇପାରିଥିଲା। ଏବେ ପୁଣିଥରେ ଅଷ୍ଟ୍ରେଲିଆ ଟିମକୁ ଭାରତ ତା’ ଘରେ ହିଁ ହରାଇ ଇତିହାସ ରଚିଛି।

ଭାରତର ଏହି ଐତିହାସିକ ବିଜୟରେ ୱିକେଟକିପର ଋଷିଭ ପନ୍ତ ଓ ଓପନିଂ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ ହିରୋ ସାଜିଥିଲେ। ପନ୍ଥ ୧୩୮ ବଲରେ ୮୯ ରନ୍ ବନାଇ ଥିବାବେଳେ ଶୁଭମନ ଗିଲ ୧୪୬ ବଲରେ ୯୧ ରନ୍ କରିଛନ୍ତି। ଅନ୍ୟପଟେ ଅଷ୍ଟ୍ରେଲିଆର ଦ୍ର୍ରୁତ ବଲର ପେଟ କମିଂସ ଖୁବ୍ ଭଲ ବୋଲିଂ କରିଥିଲେ। ସେ ୨୪ ଓଭରରେ ୧୦ ମେଡେନ ସହ ମାତ୍ର ୫୫ ରନ୍ ଦେଇ ୪ଟି ୱିକେଟ ନେଇଥିଲେ। ଏତଦବ୍ୟତୀତ ନିଜର ୧୦୦ତମ ମ୍ୟାଚ୍ ଖେଳୁଥିବା ନାଥନ ଲ୍ୟୋନ ୨ଟି ୱିକେଟ ନେବାରେ ସଫଳ ହୋଇଥିଲେ।