ଭାରତରେ ୨୦୨୧ରେ ଅର୍ଥନୈତିକ ଅଭିବୃଦ୍ଧି ୧୧.୫ %

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଭୂତାଣୁ ସମଗ୍ର ବିଶ୍ୱର ଅର୍ଥନୀତିକୁ ଦୁର୍ବଳ କରିଦେବା ସତ୍ତ୍ୱେ ୨୦୨୧ରେ ଉତ୍ସାହ ଜନକ ହେବ ଭାରତର ଆଥିକ ଅଭିବୃଦ୍ଧି ହାର। ଏବର୍ଷ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୧୧.୫ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରିଛି ଅନ୍ତର୍ଜାତିକ ମୁଦ୍ରା ପାଣ୍ଠି ବା ଆଇଏମଏଫ୍। ଆଇଏମଏଫ୍ ଏହାର ସବିଶେଷ ତଥ୍ୟ ୱାର୍ଲ୍ଡ ଇକୋନୋମି ଆଉଟଲେଟରେ ପ୍ରକାଶ କରିଛି। ଏଥିରେ ଭାରତ ହିଁ ବିଶ୍ୱର ଏକମାତ୍ର ଦେଶ ଭାବେ ନିଜର ଅର୍ଥନୈତିକ ଅଭିବୃଦ୍ଧି ହାରକୁ ୨ ଅଙ୍କକୁ ପହଞ୍ଚାଇ ପାରିଛି ବୋଲି ଉଲ୍ଲେଖ ରହିଛି।

ଭାରତରେ ୨୦୨୧ରେ ୧୧.୫ ପ୍ରତିଶତ ଅଭିବୃଦ୍ଧି ହେବା ଆକଳନ କରାଯାଉଥିବା ବେଳେ ୮.୧ ପ୍ରତିଶତ ସହ ଚୀନ ଦ୍ୱିତୀୟ ଓ ୫.୯ ପ୍ରତିଶତ ସହ ସ୍ପେନ୍ ତୃତୀୟ ସ୍ଥାନରେ ରହିବ ବୋଲି ଆଇଏମଏଫ୍ ପୂର୍ବାନୁମାନ କରିଛି।