ୱିଣ୍ଡିଜ୍ ପାଇଁ ନିକୋଲାସ୍ ପୁରାନ୍ ୪୭ ଟି ବଲରେ ୬୧ ରନ୍ର ଟପ୍ ସ୍କୋରର ଥିଲେ। ଏହା ବ୍ୟତୀତ ରୋମାରିଓ ଶେଫର୍ ୨୧ ଟି ବଲରେ ୨୯ ରନ୍ ସଂଗ୍ରହ କରିଥିଲେ। ୱେଷ୍ଟଇଣ୍ଡିଜ୍ର ଭଲ ଆରମ୍ଭ ହୋଇନଥିଲା ଏବଂ ଦୀପକ ଚହର ଓପନର୍ ମାଇର୍ସ ଏବଂ ଶାଇ ହୋପଙ୍କୁ ପାଭିଲିଅନକୁ ପଠାଇଥିଲେ। ଭାରତ ପକ୍ଷରୁ ସଫଳ ବୋଲର ହର୍ଶଲ ପଟେଲ ୨୨ ରନ ବିନିମୟରେ ୩ ୱିକେଟ୍ ଅକ୍ତିଆର କରିଥିଲେ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ସୁର୍ଯ୍ୟକୁମାର ବିସ୍ପୋରକ ଅର୍ଦ୍ଧ ଶତକ ଏବଂ ଭେଙ୍କଟେଶଙ୍କ ଉପଯୋଗି ଇନିଂ ସହାୟତାରେ ଭାରତ ଏକ ଚ୍ୟାଲେଞ୍ଜିଂ ସ୍କୋର ୧୮୪/୫ କରି ପାରିଥିଲା। ଏ ଦୁହିଙ୍କ ବ୍ୟତୀତ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ବିଶେଷ କିଛି କରିପାରିବେ ନାହିଁ। ରିତୁରାଜ ଗାଇକୱାଡ ୪ ରନ, ଇଶାନ କିଷାନ ୩୪ ବଲରୁ ୩୧ ରନ, ଶ୍ରେୟାସ ଆୟର ୨୫ ବଲରୁ ୧୬ ରନ୍ ଏବଂ ଅଧିନାୟକ ରୋହିତ ଶର୍ମା ୭ ବଲରୁ ୧୫ ରନ୍ ସଂଗ୍ରହ କରିଛନ୍ତି।