ବିଶ୍ୱର ଶ୍ରେଷ୍ଠ ୩ ସର୍ଭେଲିଆନ୍ସ ରାଷ୍ଟ୍ର ମଧ୍ୟରେ ଭାରତ କିନ୍ତୁ ସୁରକ୍ଷିତ ନୁହେଁ ନାଗରିକ ଗୋପନୀୟତା

ରିପୋର୍ଟ,ଏନ୍ଏନ୍ଏସ୍: ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ଟପ୍ ସର୍ଭେଲିଆନ୍ସ ରାଷ୍ଟ୍ର ମଧ୍ୟରେ ସ୍ଥାନ ପାଇଛି। ବିଶ୍ୱର ୪୭ଟି ଦେଶର ସାମ୍ବିଧାନିକ ସଂରକ୍ଷଣ, ଗୋପନୀୟତା ସୁରକ୍ଷା, ବାଇଓମେଟ୍ରିକ ସୂଚନାର ଡାଟାବେସ, ସରକାରଙ୍କ ଡାଟା ଆକ୍ସେସ ଓ ଡାଟା ସେୟାରିଂକୁ ନେଇ ଏହି ସର୍ଭେ କରାଯାଇଥିଲା। ସର୍ଭେ ଅନୁସାରେ ତାଲିକାର ଶୀର୍ଷ ସ୍ଥାନରେ ଚୀନ ରହିଥିବା ବେଳେ ଭାରତର ସ୍ଥାନ ଦ୍ୱିତୀୟରେ ରହିଛି।

ସେହିପରି ଦ୍ୱିତୀୟରେ ରୁଷିଆ, ୪ର୍ଥରେ ଥାଇଲାଣ୍ଡ ଓ ୫ମରେ ମାଲେସିଆ ରହିଛି। ବିଭିନ୍ନ ଦିଗକୁ ଅନୁଧ୍ୟାନ କରାଯାଇ ମୋଟ ୪ ନମ୍ବରରୁ ଭାରତର ସ୍କୋର ୨.୪ ରହିଛି। ତେବେ ଭାରତରେ ‘ପ୍ରାଇଭେସି ତଥା ସିଷ୍ଟମେଟିକ ଫେଲ୍ୟୁଅର ଟୁ ମେଣ୍ଟେନ୍ ସେଫଗାର୍ଡ୍ସ’ ରେ କମି ରହିଥିବା ଜଣାଯାଇଛି। ତେବେ ୟୁରୋପିଆନ୍ ରାଷ୍ଟ୍ରଗୁଡିକୁ ଛାଡି ଅନ୍ୟ ଦେଶମାନଙ୍କରେ ଗୋପନୀୟତା ସୁରକ୍ଷାରେ ଦୁର୍ବଳ ଥିବା ସର୍ଭେରୁ ଜଣାପଡିଛି।

ବିଶେଷକରି ଆମେରିକା ବାଇଓମେଟ୍ରିକ୍ ସୂଚନାର ଡାଟାବେସ୍ କୁ ବାରମ୍ବାର ଅପଡେଟ୍ କରାଯାଉଥିବାରୁ ଏହାର ଗୋପନୀୟତାର ମାନ କମିବା ସହ ସର୍ଭେରେ ୭ନମ୍ବର ସ୍ଥାନରେ ରହିଛି। ଜେନେରାଲ ଡାଟା ପ୍ରୋଟେକ୍ସନ୍ ରେଗୁଲେସନ(ଜିଡିପିଆର୍) ଆଇନ୍ ଅନୁସାରେ ୟୁରୋପୀୟ ଦେଶଗୁଡିକ ଉତ୍ତମ ରହିଛି।

କୌଣସି ଦେଶ ନିଜ ନାଗରିକଙ୍କ ଗୋପନୀୟତା ସୁରକ୍ଷା ପାଇଁ ଧ୍ୟାନ ଦେଉନାହାନ୍ତି ବୋଲି ରିପୋର୍ଟରେ ଜଣାଯାଇଛି। କିଛି ଦେଶ ନାଗରିକତା ଅଂଶୀଦାର କରାଯାଉଛି କିନ୍ତୁ ପରେ ତାଙ୍କ ଗୋପନୀୟତା ପ୍ରତି ଧ୍ୟାନ ଦିଆଯାଉନାହିଁ, ଯାହା ଭାରତ କ୍ଷେତ୍ରରେ ସତ ସାବ୍ୟସ୍ତ ହୋଇଛି। ଏପରିକି ଭାରତରେ ୧୦ଟି ଏଜେନ୍ସି ବିଭିନ୍ନ ଗୋପନୀୟ ଡାଟାକୁ ଆକ୍ସେସ କରିବା ପାଇଁ ଅନୁମତି ଦିଆଯାଇଛି ।

କାହିଁକି ଗୋପନୀୟତାରେ ଭାରତ ଫେଲ୍ ହେଲା ?
୧- ଆଧାର ସଂଯୋଗ ପ୍ରକ୍ରିୟା
୨-ଡାଟା ପ୍ରୋଟେକ୍ସନ ବିଲ୍
୩- ମନିଟରିଂ ୱାହଟ୍ସ ଆପ୍
୪- ସିସିଟିଭି