ଜୋ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ଝଲସିବ ଭାରତୀୟ ସଂସ୍କୃତି

ୱାଶିଂଟନ୍: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଲା ହେରିସଙ୍କ ଶପଥ ଗ୍ରହଣ ସମାରୋହରେ ଭାରତୀୟ ସଂସ୍କୃତିର ଝଲକ ଦେଖିବାକୁ ମିଳିବ। ଅନଲାଇନରେ ହେବାକୁ ଥିବା ଏହି ସମାରୋହର ଶୁଭାରମ୍ଭ ପରମ୍ପରାଗତ ଭାରତୀୟ ରଙ୍ଗୋଲୀ ସହିତ ହେବ। ହଜାରେ ରଙ୍ଗୋଲୀ ଡିଜାଇନ ବନାଇବା ପାଇଁ ଆମେରିକା ଓ ଭାରତର ୧୮୦୦ରୁ ଅଧିକ ଲୋକ ଅନଲାଇନ କାର୍ଯ୍ୟକ୍ରମରେ ଭାଗ ନେବେ।

ସୂଚନାଯୋଗ୍ୟ, ରଙ୍ଗୋଲୀକୁ ତାମିଲନାଡ଼ୁରେ ‘କଲମ’ କୁହାଯାଇଥାଏ। ଘର ବାହାରେ ଏହାକୁ ବନାଇବା ଶୁଭଙ୍କର ହୋଇଥାଏ। ଆଉ ଉପରାଷ୍ଟ୍ରପତି ହେରିସଙ୍କ ମା’ ମୂଳ ରୂପରେ ତାମିଲନାଡ଼ୁରେ ରହୁଥିଲେ।