ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ​‌ : ରାହୁଲ ବାଦ୍, ପୃଥ୍ୱୀ ଶ’ ଇନ୍

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଟିମ୍‌ ଇଣ୍ଡିଆର ଟେଷ୍ଟ ଦଳ ଘୋଷଣା କରାଯାଇଛି। ଏଥିରୁ ଜବରଦସ୍ତ ଫର୍ମରେ ଥିବା କେ. ଏଲ. ରାହୁଲଙ୍କୁ ବାଦ୍‌ ଦିଆଯାଇଥିବାବେଳେ ୧୫ ମାସ ପରେ ପୃଥ୍ୱୀ ଶ’ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅନ୍ୟପଟେ ଆହତ ସମସ୍ୟା ଯୋଗୁ ରୋହିତ ଶର୍ମା ଉଭୟ ଦିନିକିଆ ଏବଂ ଟେଷ୍ଟ ଦଳରୁ ଓହରି ଯାଇଛନ୍ତି । ରୋହିତଙ୍କ ଅନୁପସ୍ଥିତିରେ ପୃଥ୍ୱୀ ଶ’, ଶୁଭମନ ଗିଲ୍‌ ଏବଂ ମୟଙ୍କ ଅଗ୍ରୱାଲ ଓପନିଂ ଦାୟିତ୍ଵ ସମ୍ଭାଳିବେ।

ଭାରତୀୟ ଦଳ : ବିରାଟ କୋହଲୀ(ଅଧିନାୟକ), ମୟଙ୍କ ଅଗ୍ରୱାଲ, ପୃଥ୍ୱୀ ଶ’, ଶୁଭମନ ଗିଲ୍‌, ଚେତେଶ୍ଵର ପୂଜାରା, ଆଜିଙ୍କ୍ୟ ରାହାଣେ(ଉପଅଧିନାୟକ), ହନୁମା ବିହାରୀ, ରିଦ୍ଧିମାନ ଶାହ(ୱିକେଟ କିପର), ଋଷଭ ପନ୍ତ(ୱିକେଟ କିପର), ଆର. ଅଶ୍ଵିନ, ରବୀନ୍ଦ୍ର ଜାଡେଜା, ଜସପ୍ରୀତ୍‌ ବୁମରା, ଉମେଶ ଯାଦବ, ମହମ୍ମଦ ସାମି, ନବଦୀପ ସାଇନି, ଈଶାନ୍ତ ଶର୍ମା ।