ନୂଆଦିଲ୍ଲୀ: ୟୁକ୍ରେନରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ସେଠାରୁ ଲଗାତାର ଭାବେ ଭାରତୀୟ ଛାତ୍ର ସ୍ୱଦେଶ ଫେରୁଛନ୍ତି । ସେଠାରୁ ଫେରିଥିବା ଛାତ୍ର କହିଛନ୍ତି ଯେ, ବୋର୍ଡରରେ ସେମାନଙ୍କୁ ଲଙ୍କା ଗୁଣ୍ଡ, ଚାପୁଡ଼ା ଓ ମାରପିଟର ସାମ୍ନା କରିବାକୁ ପଡ଼ିଛି ।
ପୀୟୁଷ ନାମକ ଜଣେ ଛାତ୍ର କହିଛନ୍ତି ଯେ, ମୋ ସାମ୍ନାରେ ହିଁ ବିସ୍ଫୋରଣ ହୋଇଥିଲା । ଜିନିଷ ଆଣିବାକୁ ୩ ଘଣ୍ଟା ଲେଖାଏଁ ଲାଗୁଥିଲା । ବୋର୍ଡରରେ ପହଂଚିବା ପାଇଁ ୨ ଦିନ ଲାଗିବା ସହ ୧୨ କିମି ଚାଲିବାକୁ ପଡ଼ିଲା । ମୁଁ ବୋର୍ଡର ପାରି କରିସାରିଥିଲି କିନ୍ତୁ ମୋତେ ଧକ୍କା ଓ ଚାପୁଡ଼ା ମରାଗଲା । ଫଳରେ ଡ୍ରେସ ଫାଟିଗଲା ଓ ଫେରିଯିବାକୁ କୁହାଗଲା । ଏହାର ୬ ଘଣ୍ଟା ପରେ ବୋର୍ଡର ଅତିକ୍ରମ କଲି ।
ସୂଚନାଯୋଗ୍ୟ, ଅପରେସନ ଗଙ୍ଗା ଜରିଆରେ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ବୁଖାରେଷ୍ଟରୁ ଦିଲ୍ଲୀ ପହଂଚିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦିଲ୍ଲୀ ଏୟାରପୋର୍ଟରେ ଛାତ୍ରଙ୍କୁ ସ୍ୱାଗତ କରିଛନ୍ତି ।