ପାକିସ୍ତାନ ସୀମା ଉପରେ ଭାରତୀୟ ସେନା ଦେଖାଇଲା ଦମ

ନୂଆଦିଲ୍ଲୀ,ଏଜେନ୍ସି: ପାକିସ୍ତାନ ସୀମା ଉପରେ ଭାରତୀୟ ସେନା ନିଜର ଦମ ଦେଖାଇଛନ୍ତି। ଭବିଷ୍ୟତରେ ଆତଙ୍କବାଦ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ ଭଳି ବଡ଼ ପଦକ୍ଷେପ ନେବାକୁ ଭାରତୀୟ ସେନା ପକ୍ଷରୁ ପ୍ରସ୍ତୁତ ହୋଇଛି। ଆତଙ୍କବାଦକୁ ସଫଳତାର ସହ ଟକ୍କର ଦେବାକୁ ପ୍ରଥମ ଥର ପାଇଁ ଗୁଜୁରାଟର ପାକିସ୍ତାନ ସୀମାର କଚ୍ଛ ଜିଲ୍ଲା ଅନ୍ତର୍ଗତ ନାଲିୟାଠାରେ ଭାରତୀୟ ନୌସେନା, ବାୟୁସେନା ଓ ସ୍ଥଳସେନା ଏକାଠି ହୋଇଛନ୍ତି। ଏହି ଅଭ୍ୟାସ ସଫଳତାର ସହ ସମ୍ପନ୍ନ ହୋଇଛି ଏବଂ ସେନାକୁ ଆହୁରି ମଜବୁତ କରିବାକୁ ଯୁଦ୍ଧ ଅଭ୍ୟାସ କରାଯିବ ବୋଲି ସେନା କମାଣ୍ଡର କହିଛନ୍ତି।