ଭାରତୀୟ ସେନାର ଏନକାଉଣ୍ଟରରେ ଲସ୍କର-ଏ-ତୋଏବା ଆତଙ୍କୀ ନିହତ

ଜାମ୍ମୁକାଶ୍ମୀର ସୋପୋରରେ ଲସ୍କର-ଏ-ତୋଏବା ଜଣେ ମୋଷ୍ଟୱାଣ୍ଟେଡ  ଆତଙ୍କୀକୁ ଭାରତୀୟ ସେନା ନିହତ କରିଛି। କୁଖ୍ୟାତ ଆତଙ୍କବାଦୀ ଜଣଙ୍କ ଆସିଫ। ଏଠାରେ ଆତଙ୍କବାଦୀ ଲୁଚି ରହିଥିବା ନେଇ  ସେନାକୁ ଗୁଇନ୍ଦା ସୂଚନା ଦେବାପରେ ଯବାନ ଖୋଜାଖୋଜି ଆରମ୍ଭ କରିଥିଲେ। ୫ଦିନ ପରେ ସେନାର ସର୍ଚ୍ଚ ଅପରେସନ ବେଳେ ଆସିଫକୁ ସେନା ନିହତ କରିଥିବା ଜାମ୍ମୁକାଶ୍ମୀର ଡିଜିପି ସୂଚନା ଦେଇଛନ୍ତି । ଚଳିତ ବର୍ଷ ଆରମ୍ଭରୁ ବର୍ତ୍ତମାନ ଯାଏଁ ୧୩୯ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା ।

ଅନ୍ୟପଟେ ଭାରତ ଭିତରକୁ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ପାଇଁ ଏଲଓସିରେ ଏକାଧିକ ଆତଙ୍କବାଦୀ କ୍ୟାମ୍ପ ଓ ୭ଟି ଲଞ୍ଚ ପ୍ୟାଡ୍‌କୁ ପାକିସ୍ତାନ ପୁଣି କାର୍ଯ୍ୟକ୍ଷମକରିଥିବା ଜଣାଯାଇଛି । ଗୁଇନ୍ଦା ସୂଚନା ଅନୁଯାୟୀ ଏଲଓସି ଆରପଟରେ ଗୁରେଜରେ ୮ମାଛଲରେ ୬, ନୂଆଗାଁରେ ୧୫ ଓ ରାମପୁରରେ ୧୦ ଜଣ ଆତଙ୍କବାଦୀ କ୍ୟାମ୍ପ କରି ଜାମ୍ମୁକାଶ୍ମୀର ଭିତରକୁ ଅନୁପ୍ରବେଶ କରିବା ପାଇଁ ଅପେକ୍ଷା କରିଛନ୍ତି । ସେମାନଙ୍କ ମଧ୍ୟରେ ଆଫଗାନିସ୍ତାନ ଓ ପସ୍ତୁନର ଜିହାଦ୍‌ ଆତଙ୍କବାଦୀ ରହିଛନ୍ତି ।