୫୦୦ଟି ମେଲ୍‍ ଏକ୍ସପ୍ରେସ୍‍ ହେଲା ସୁପରଫାଷ୍ଟ ଟ୍ରେନ

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ରେଳବାଇ ପକ୍ଷରୁ ୫୦୦ଟି ମେଲ୍‍ ଏକ୍ସପ୍ରେସ୍‍ ଟ୍ରେନ୍‍କୁ ସୁପରଫାଷ୍ଟ ଟ୍ରେନରେ ପରିବର୍ତ୍ତିତ କରାଯାଇଛି।ଏହାଛଡ଼ା ୬୫ ଯୋଡ଼ା ଟ୍ରେନ୍‍ର ଗତି ପରିବର୍ତ୍ତନ କରାଯାଇ ସୁପରଫାଷ୍ଟ ବର୍ଗକୁ ଅଣାଯାଇଛି। ଏହି ଟ୍ରେନ୍‍ ଗୁଡ଼ିକର ଗତି ୧୦ ମିନିଟ୍‍ରୁ ୭୦ ମିନିଟ୍‍ ମଧ୍ୟରେ ରଖାଯାଇଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ ନୂଆ ସମୟ ସାରଣୀରେ ଏହି ବିଷୟ ସ୍ଥାନିତ ହୋଇଛି।

ଆସନ୍ତା ଶନିବାର ଠାରୁ ଏହି ନୂଆ ସମୟସାରଣୀ କାର୍ଯ୍ୟକ୍ଷମ ହେବ। ରେଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୨-୨୩ ବର୍ଷରେ ମେଲ୍‍ ଏକ୍ସପ୍ରେସ୍‍ ଟ୍ରେନ୍‍ ଗୁଡ଼ିକର ସମୟାନୁବର୍ତ୍ତିତା ୮୪ ପ୍ରତିଶତ ରହିଛି। ଏହା ୨୦୧୯-୨୦ ବର୍ଷଠାରୁ ୯ ପ୍ରତିଶତ ଅଧିକ ବୋଲି ରେଳ ମନ୍ତ୍ରାଳୟ କହିଛି।