ଚୀନ୍ କମ୍ପାନୀ ସହିତ ପ୍ରକଳ୍ପ ବାତିଲ କଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ : ଲଦାଖର ଗାଲୱାନ୍ ଉପତ୍ୟକାରେ ଚୀନ୍ ସୈନ୍ୟଙ୍କ ସହ ସଂଘର୍ଷରେ ୨୦ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଯବାନଙ୍କ ବଳିଦାନ ପରେ ଚୀନ ସାମଗ୍ରୀକୁ ବର୍ଜନ କରିବାକୁ ଲୋକମାନଙ୍କ ମଧ୍ୟରେ ଦାବି ଜୋରଦାର ହୋଇଛି । ଯାହାଦ୍ୱାରା ଭାରତରେ କାର୍ଯ୍ୟ କରୁଥିବା ଚୀନ କମ୍ପାନି ଗୁଡିକର ସ୍ଥିତି ଖରାପ ହେବାକୁ ଆରମ୍ଭ କରିଛି । ସରକାର ବର୍ତ୍ତମାନ ଏ ସମ୍ପର୍କରେ କଡ଼ା ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।

ଭାରତୀୟ ରେଳ ମନ୍ତ୍ରାଳୟ ଅଧିନସ୍ଥ ଡେଡିକେଟେଡ ଫ୍ରାଇଟ କରିଡର ଅଫ୍ ଇଣ୍ଡିଆ ( ଡିଏଫସିସିଆଇଏଲ) ପକ୍ଷରୁ ଚୀନ କମ୍ପାନି ବେଜିଂ ସିଗନାଲ ଏଣ୍ଡ କମ୍ୟୁନିକେସନ ଲିଃ. ଅଧିନସ୍ଥ ନ୍ୟାସନାଲ ରେଲେୱ ରିସର୍ଚ୍ଚ ଏଣ୍ଡ ଡିଜାଇନକୁ ଦିଆଯାଇଥିବା ପ୍ରକଳ୍ପକୁ ରଦ୍ଦ କରିଦିଆଯାଇଛି। କାର୍ଯ୍ୟରେ ବିଶେଷ ଅଗ୍ରଗତି ହେଉ ନଥିବାରୁ ଏହି ପ୍ରକଳ୍ପକୁ ରଦ୍ଧ କରାଗଲା ବୋଲି ଡିଏଫସିସିଆଇଏଲ ପକ୍ଷରୁ କୁହାଯାଇଛି । ୪୭୧ କୋଟିର ଏହି ପ୍ରକଳ୍ପ ୨୦୧୬ ମସିହାରେ ଚୀନ କମ୍ପାନୀକୁ ଦିଆଯାଇଥିଲା । ଏଣୁ ଏହାକୁ ରଦ୍ଦ କରାଗଲା ବୋଲି ଡିଏଫସିସିଆଇଏଲ ପକ୍ଷରୁ କୁହାଯାଇଛି।